୮ତମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦ୍‌ଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ପକ୍ଷରୁ ପାରଳାଖେମୁଣ୍ଡି ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଗତ ୨୯ ଠାରୁ ଆୟୋଜିତ ଅଷ୍ଟମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଗତକାଲି ରାତ୍ରରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନ ଉତ୍ସବରେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ତଥା ହାଇଟେକ୍ ଗୃପର ଅଧ୍ୟକ୍ଷ ଡ.ତିରୁପତି ପାଣୀଗ୍ରାହୀ,ଭୁବନେଶ୍ୱରର ବିଶିଷ୍ଟ ନାଟ୍ୟ ନିର୍ଦ୍ଧେଶକ ପଞ୍ଚାନନ ଦାସ,ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ବରିଷ୍ଟ ନିର୍ଦ୍ଧେଶକ ଓ ନାଟ୍ୟକାଦ୍ଦେବେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଥିଲେ, ପାରଳାଖେମୁଣ୍ଡିର କଳା ସଂସ୍କୃତି ଓ ନାଟକ ଆଦି ଅତି ପୁରାତନ କାଳରୁ ଅତ୍ୟନ୍ତ ଉଚ୍ଚ କୋଟିର ଥିଲା । ପାରଳାର ଶ୍ୱର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ବିଭିନ୍ନ ଅବଦାନ ଯୋଗୁଁ ପାରଳାର ନାଟକ,କଳା ଓ ସଂସ୍କୃତି ଓଡିଶାକୁ ନୁତନ ଦିଗ୍‌ଦର୍ଶନ ଦେଇଥିଲା । ବର୍ତ୍ତମାନ ପାରଳାଖେମୁଣ୍ଡି ଅଞ୍ଚଳରେ ନାଟକ ଓ ନାଟ୍ୟକାରମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି । ସ୍ଥାୟୀ ରଙ୍ଗମଞ୍ଚ ନ ଥିବାରୁ ଅସ୍ଥାୟୀ ମଞ୍ଚରେ ବହୁ ଅର୍ଥ ଓ କଷ୍ଟ ସ୍ୱୀକାର କରି ନାଟକ ପରିବେଷଣ କରାଯାଉଛି । ପାରଳାର ପୁରାତନ ନାଟକ ପରମ୍ପରାକୁ ରୁଧିମନ୍ତ କରିବା ପାଇଁ ରାଜ୍ୟ ସରକାର ଏକ ସ୍ଥାୟୀ ରଙ୍ଗମଞ୍ଚ ପ୍ରତିଷ୍ଠା କରନ୍ତୁ । ଏହି ଅବସରରେ ନାଟକ ହେ ସ୍ରଷ୍ଟା ଭୁବନେଶ୍ୱରର ପଞ୍ଚଧ୍ୱନୀ ନାଟ୍ୟ ପରିଷଦ ଉପସ୍ଥାପନାରେ ପରିବେଶ ହୋଇଥିଲା ।ଞ୍ଚକ୍ରିଏଟିଭ ଆର୍ଟସର ସମ୍ପାଦକ ମନୋଜ ପାଢୀ ଓ ସହ ସମ୍ପାଦକ ଆଦର୍ଶ ଦାସ ଏସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ