୮ନମ୍ବର ଜୋନର ୭ଟି ପଞ୍ଚାୟତରେ ବିଜୟୀ ସରପଞ୍ଚ ଓ ସମିତିସଭ୍ୟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକର ୮ନମ୍ବର ଜୋନରେ ଆୟବା, ପୁରୁଷୋତ୍ତମପୁର, କଂସାର, ଓସ୍ତପୁର, କଳପଡା, ବଗଡା ଓ କପାଳେଶ୍ୱର ପ୍ରଭୃତି ୭ଟି ପଞ୍ଚାୟତ ରହିଛି । କେନ୍ଦ୍ରାପଡା ବ୍ଲକ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଘୋଷଣା ଅନୁଯାଇ ଆୟବା ପଞ୍ଚାୟତରେ ସରପଞ୍ଚ ଭାବେ କାଦମ୍ବୀନୀ ବିଶ୍ୱାଳ ବିଜୟୀ ହୋଇଥିବା ବେଳେ ପୁରୁଷୋତ୍ତମପୁର ପଞ୍ଚାୟତରେ ସରପଞ୍ଚ ଭାବେ ପୂର୍ଣ୍ଣୀମା ସେଠୀ ବିଜୟୀ ହୋଇଛନ୍ତି । ସେହିଭଳି କଂସାର ପଞ୍ଚାତରେ ସରପଞ୍ଚ ଭାବେ ସରୋଜିନୀ ନାୟକ ବିଜୟୀ ହୋଇଥିବା ବେଳେ ଓସ୍ତପୁର ପଞ୍ଚାୟତର ସରପଞ୍ଚ ଭାବେ ପ୍ରସନ୍ନ କୁମାର ରାଉତ ବିଜୟୀ ହୋଇଛନ୍ତି । ବଗଡା ପଞ୍ଚାୟତର ସରପଞ୍ଚ ଭାବେ ସୁବନୀ ସାହୁ ବିଜୟୀ ହୋଇଥିବା ବେଳେ କଳପଡା ପଞ୍ଚାୟତର ସରପଞ୍ଚ ଭାବେ ପ୍ରିତିରେଖା ସ୍ୱାଇଁ ବିଜୟୀ ହୋଇଛନ୍ତି । କପାଳେଶ୍ୱର ପଞ୍ଚାୟତର ସରପଞ୍ଚ ଭାବେ କଳ୍ପନା ମହାନ୍ତି ବିଜୟୀ ହୋଇଛନ୍ତି । ସେହିଭଳି ଆୟବା ପଞ୍ଚାୟତର ସମିତି ସଭ୍ୟା ଭାବେ ପୁଷ୍ପିତା ସାମଲ ବିଜୟୀ ହୋଇଥିବା ବେଳେ ପୁରୁଷୋତ୍ତମପୁର ପଞ୍ଚାୟତର ସମିତି ସଭ୍ୟା ଭାବେ ରଶ୍ମୀତା ସେଠୀ, କଂସାର ପଞ୍ଚାୟତର ସମିତିସଭ୍ୟ ଭାବେ ସରୋଜ ରଞ୍ଜନ ଜେନା, ଓସ୍ତପୁର ପଞ୍ଚାୟତର ସମିତିସଭ୍ୟ ଭାବେ ରାଜ ଅମାନତ, ବଗଡା ପଞ୍ଚାୟତର ସମିତିସଭ୍ୟା ଭାବେ ସୈାଦାମିନୀ ଦାସ, କଳପଡା ପଞ୍ଚାୟତର ସମିତିସଭ୍ୟ ଭାବେ ଶିବ ପ୍ରସାଦ ସାହାଣୀ ଓ କପାଳେଶ୍ୱର ପଞ୍ଚାୟତର ସମିତି ସଭ୍ୟ ଭାବେ ପ୍ରତାପ ନାରାୟଣ ମହାପାତ୍ର ବିଜୟୀ ହୋଇଛନ୍ତି ।