୮ରୁ ସର୍ବଭାରତୀୟ ନିମାପଡ଼ା କପ୍ କ୍ରିକେଟ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ଆଥଲେଟିକଆସୋସିଏସନ ପକ୍ଷରୁ ସ୍ଥାନୀୟ ବାରବାଟୀ ପଡ଼ିଆ ରେ ଚଳିତ ମାସ ୮ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ୧୪ତମ ସର୍ବଭାରତୀୟ ନିମାପଡ଼ା କପ୍ କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହେବ। ଏ ନେଇ ଏକ ସାମ୍ୱାଦିକ ସମ୍ମିଳନୀ ରେ ଆୟୋଜକ ଅନୁଷ୍ଠାନ ର ସଂପାଦକ ଜୀବାନାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଟୁର୍ଣାମେଣ୍ଟ ରେ ୮ଟି ଖ୍ୟାତନାମା କ୍ରିକେଟ କ୍ଲବ ଭାଗ ନେଉଥିବାବେଳେ ଫାଇନାଲ ମ୍ୟାଚ ୧୫ ତାରିଖ ରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଚମ୍ପିୟାନ ଦଳ କୁ ନଗଦ ୪୦ ହଜାର ଟଙ୍କା ସହିତ କପ୍ ଓ ରନର୍ସ ଦଳ କୁ ୨୫ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବା ସହିତ ପ୍ରତ୍ୟେକ ଦିନ ମ୍ୟାନ ଅଫ ଦି ମ୍ୟାଚ୍ ଓ ଫାଇନାଲ ଦିନ ମ୍ୟାନ ଅଫ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ରୀଡ଼ା ସଙ୍ଗଠକ ଅକ୍ଷୟ କୁମାର ବେହେରା ସୂଚନା ଦେଇଥିଲେ। ଏଥି ସହିତ ଶ୍ରେଷ୍ଠ ବ୍ୟାଟସ ମ୍ୟାନ, ଶ୍ରେଷ୍ଠ ବୋଲର, ଖେଳ ପରିଚାଳନା କରିଥିବା ଆମ୍ପେୟାର, ଅତିଥି ମାନଙ୍କୁ, ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ଏହି ସମ୍ମିଳନୀ ରେ ଓସିଏ ସିକୃତି ପ୍ରାପ୍ତ ଆମ୍ପେୟାର ନିର୍ମଳ କୁମାର ମିଶ୍ର, ସତେନ୍ଦ୍ର ମୋହନ ମହାନ୍ତି, ରାଜେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


