୮ରେ ଶାହାଙ୍କ ଡିଜିଟାଲ ରାଲି
ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୮ ତାରିଖରେ ଅପରାହ୍ନ ୩ଟା ୩୦ ରେ ଡିଜିଟାଲରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଜନସାଧାରଣଙ୍କୁ ସମ୍ବୋଧନ କରିବେ । ଏ ନେଇ ରାଜ୍ୟର ୫ ହଜାରରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି ଅବସରରେ ଭର୍ଚୁଆଲ ରାଲିର ପୋଷ୍ଟର ଓ ଭିଡିଓ ଜାରି କରାଯିବା ସହ ବୈଠକରେ ୧ ଲକ୍ଷରୁ ଅଧିକ ଲୋକ ବିଜେପିର ସୋସିଆଲ ମିଡିଆ ଆକାଉଣ୍ଟ ଓ ୟୁଟ୍ୟୁବ ମାଧ୍ୟମରେ ସାମିଲ ହେବା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ସେଠୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଆଇଟି ସେଲ ସଂଯୋଚକ ଅମିତ ମାଲଭିଆ, ପୃଥ୍ୱିରାଜ ହରିଚନ୍ଦନ, ଗୋଲକ ନାୟକ, ରଞ୍ଜନ ପଟେଲ, କାଳନ୍ଦୀ ସାମଲ, ଭୃଗୁ ବକ୍ସିପାତ୍ର, ମାନସ ମହାନ୍ତି ପ୍ରମୁଖ ବିଜେପି କର୍ମୀ ସାମିଲ ହୋଇଥିଲେ ।


