୮୦ଲିଟର ଚୋରା ଦେଶୀ ମଦ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଚୋରା ଦେଶୀ ମଦ କାରବାରକୁ ରୋକିବା ଲାଗି ଧରପଗଡ ଚାଲୁ ରହିଛି । ଏହି କ୍ରମରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଡାକ୍ତରବାଞ୍ଜିରୀ ଓ ଝାମୀ ଗ୍ରାମର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଚଢଉ ବେଳେ କାହାରିକୁ ଗିରଫ କରାଯାଇନଥିବା ବେଳେ ୮୦ଲିଟର ଚୋରା ଦେଶୀ ମଦକୁ ଜବତ କରାଯାଇଥିବାର ସଦର ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ