୮୦ ବର୍ଷିୟା ଆମ୍ମା ହେଲେ ଅନ୍ତର୍ଜାତୀୟ ଷ୍ଟାର୍

ଯୋଦ୍ଧାଇୟା ବାଇ ବୈଗା । ବୟସ ୮୦ । ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଉମରିଆ ଜିଲ୍ଲାର ଏକ ଛୋଟ ଗ୍ରାମ ଲୋଢାରେ ରୁହନ୍ତି ସେ । ପାଠ ଆଦୌ ପଢି ନ ଥିଲେ ମଧ୍ୟ ନିଜ ଅଦ୍ଭୁତ କଳା ଯୋଗୁ ସେ ଆଜି ଅନ୍ତର୍ଜାତୀୟ ଷ୍ଟାର୍ ପାଲଟିଯାଇଛନ୍ତି । ଯୋଦ୍ଧାଇୟା ବାଇ ଖୁବ୍ ଭଲ ଚିତ୍ର ଆଙ୍କନ୍ତି । ଇଟାଲୀର ମିଲାନ ସହରରେ ଆୟୋଜିତ ଚିତ୍ର ପ୍ରଦର୍ଶନୀରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ର ସ୍ଥାନ ପାଇଛି । ପାଖାପାଖି ୪୦ ବର୍ଷ ହେବ ଯୋଦ୍ଧାଇୟା ବାଇ ଚିତ୍ର ଆଙ୍କୁଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ସାଧା କାଗଜରେ ତାଙ୍କ ଚିତ୍ର ଆଙ୍କୁ ଆଙ୍କୁ ତାହା ଅଭ୍ୟାସରେ ପରିଣତ ହୋଇଯାଇଥିଲା । ତା’ପରଠୁ ଚିତ୍ର ଆଙ୍କିବା ଯେପରି ନିଶା ପାଲଟିଗଲା । ଏହାକୁ ସେ ଏକ ପେଶା ଭାବେ ଗ୍ରହଣ କରିନେଲେ । ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ଚିତ୍ର ସ୍ଥାନ ପାଇବା ପରେ ଖୁସିରେ ଆତ୍ମହରା ହୋଇପଡିଛନ୍ତି ଯୋଦ୍ଧାଇୟା ବାଇ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ