୮୦ ୟୁନିଟ୍ ରକ୍ତ ସଂଗୃହୀତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଓ ଏଚଡ଼ିଏଫସି ବ୍ୟାଙ୍କ ଆସିକା ଶାଖାର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଆଟିଆଇ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଶିବିର ଉଦଘାଟନ କରିବା ସହ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଚଡ଼ିଏଫସି ବ୍ୟାଙ୍କ ଆସିକା ଶାଖାର ଅପରେସନ ମ୍ୟାନେଜର ଇତିଶ୍ରୀ ଓଝା ଓ ଗ୍ରାହକ ସେବା ଅଧିିକାରୀ ବାଳକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ୮୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଭଂଜନଗର ରକ୍ତ ଭଣ୍ଡାର ଅଧିକ୍ଷକ ଡ଼ାକ୍ତର ସୁରେନ୍ଦ୍ର ମହାପାତ୍ର, ଡ଼ାକ୍ତର ଚନ୍ଦନ କୁମାର ଓ କର୍ମଚାରୀ ଚିତରଂଜନ ଖଟୁଆ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗୃହୀତ କରିଥିଲେ । କାର୍ଯ୍ୟକ୍ରମକୁ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟାପକ ବିଜୟ ମଲ୍ଲ, ଚନ୍ଦ୍ରଶେଖର ଖଟୁଆ, ସ୍ୱାଗତିକା ମହାନ୍ତି ପରିଚାଳନା କରିଥିବା ବେଳେ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।