୮୧ ବର୍ଷରେ ପଦାର୍ପଣ କଲା ରାଇମଣୀ ପୀଠର ମକର ମେଳା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ଶେଷ ସୀମା ଅରଞ୍ଜି ଠାରେ ଅବସ୍ଥିତ ରାଇମଣୀ ପୀଠରେ ମକର ମେଳା ୮୧ ବର୍ଷରେ ପଦାର୍ପଣ କରିଛି । ପ୍ରତିବର୍ଷ ଉକ୍ତ ମେଳାରେ ମୀନାବଜାର, ଦୋଳି, ଯାତ୍ରା ରଂଗମଞ୍ଚ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ନିରାଡମ୍ବର ଭାବେ ପୂଜା ପାଳିତ ହେଉଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ୪ ଦିନ ଧରି ମା’ଙ୍କ ପୀଠରେ ପୂଜାର୍ଚ୍ଚନା ହେଉଛି । ସମଗ୍ର ପୂଜା ଅଞ୍ଚଳକୁ ସାନିଟାଇଜ କରାଯିବା ସହିତ ସାମାଜିକ ଦୂରତା ଅବଲମ୍ବନ କରାଯାଉଛି । ପୂଜକ ଗଣେଶ ଦୀକ୍ଷିତ୍, ରତ୍ନାକର ପଣ୍ଡା, ନିଳାମ୍ବର ମିଶ୍ର, ରାମ ଚନ୍ଦ୍ର ପତି, ମାନସ ପଣ୍ଡା ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି । କମିଟିର ସଭାପତି ପ୍ରତାପ ମହାପାତ୍ର, ସଂପାଦକ ଅମୂଲ୍ୟ ମହାପାତ୍ର, ଉପଦେଷ୍ଟା ଭୀମସେନ ସାମଲ, ଜୟୀରାମ ଜେନା, ଉଗ୍ରସେନ ରାଉତ, ପ୍ରକାଶ ବେହେରା, ରବିନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ପ୍ରଧାନ, ରାଜେଶ ମହାପାତ୍ର, ବିଜୟ ପ୍ରଧାନ, ଅର୍ଜ୍ଜୁନ ମହାପାତ୍ର, ବାବୁ ମହାପାତ୍ର, କାହ୍ନୁ ସାହୁଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ଏହି ପୀଠରେ ବନ୍ତ ବ୍ଲକ ସମେତ ଭଦ୍ରକ ବ୍ଲକର ଶ୍ରଦ୍ଧାଳୁ ମାନେ ରୁଣ୍ଡିଭୂତ ହୋଇଥାନ୍ତି ।


