୮୪ ବର୍ଷରେ ଧରମ ପାଜୀ
୮୪ ବର୍ଷରେ ଧରମ ପାଜୀବଲିଉଡରେ ନିଜର ଦମଦାର ଅଭିନୟ ଦ୍ୱାରା ଦର୍ଶକଙ୍କ ଦୃଦୟ ଜିଣିଥିବା ଧର୍ମେନ୍ଦ୍ର ପାଜୀଙ୍କର ଆଜି ୮୪ ବର୍ଷରେ ପାଦ ଥାପିଛନ୍ତି । ସେ ୧୯୩୫ ମସିହା ଆଜିର ଦିନରେ ପଞ୍ଜାବର ଫଗବାରାଠାରେ ଜନ୍ମଗ୍ରହଣ କରିଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା –
– ଧର୍ମେନ୍ଦ୍ରଙ୍କ ପୁରା ନାମ ଧରମ ସିଂ ଦେଓଲ । ସେ ପ୍ରଥମେ ଫଗବାଡାରେ ଆର୍ଯ୍ୟ ହାଇ ସ୍କୁଲ ଓ ପରେ ରାମଗାଡିଆ ହାଇସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ ।
– ପିଲା ବେଳୁ ଧରମ ପାଜିଙ୍କ ଅଭିନୟରେ ଆଗ୍ରହ ଥିଲା। ଏହି ଆଗ୍ରହ ତାଙ୍କୁ ମୁମ୍ଵାଇ ନେଇ ଆସିଥିଲା। ପରେ ସେ ମୁମ୍ଵାଇରେ ରହିଯାଇଥିଲେ। ସେ ସମୟରେ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ହେଲେ ଏମିତି ଏକ ସମୟ ଆସିଲା ଯାହାକି ତାଙ୍କ କ୍ୟାରିୟର ବଦଳାଇ ଦେଇଥିଲା। ୭୦ ଦଶକରେ ସେ ସିଲଭର ସ୍କ୍ରିନ୍ର ସୁପରଷ୍ଟାର ହୋଇଯାଇଥିଲେ।
– ଧର୍ମେନ୍ଦ୍ରଙ୍କର ଜଣେ ସଂପର୍କୀୟ ଭାଇ ପଞ୍ଜାବୀ ଫିଲ୍ମର ସୁପରଷ୍ଟାର ଓ ଡାଇରେକ୍ଟର ଥିବାରୁ ଫିଲ୍ମ ଦୁନିଆ ସହ ସେ ବେଶ ପରିଚିତ ଥିଲେ । ତେବେ ସେ ପ୍ରଥମେ “ଟ୍ୟାଲେଣ୍ଟ ହଟ ସେ” ଆୟୋଜିତ ପ୍ରତିଯୋଗୀତାରେ ବିଜୟୀ ହୋଇ ଅଭିନୟ ଜଗତରେ ପାଦ ଥାପିଥିଲେ ।
– ଧର୍ମେନ୍ଦ୍ର ୧୯୬୦ ମସିହାରେ ଦିଲ ଭି ତେରା ହମ ଭି ତେରେ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ଲ୍ୟୁ କରିଥିଲେ । କିନ୍ତୁ ଫିଲ୍ମ ଫୁଲ ଔର ପଥର ମାଧ୍ୟମରେ ତାଙ୍କୁ ସଫଳତା ମିଳିଥିଲା ।
– ଧର୍ମେନ୍ଦ ମାତ୍ର୍ର ୧୯ ବର୍ଷ ବୟସରେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ତାଙ୍କର ଚାରୋଟି ସନ୍ତାନ ସନ୍ନୀ ଦେଓଲ , ବବି ଦେଓଲ , ବିଜେତା ଦେଓଲ ଏବଂ ଅଜିତା ଦେଓଲ ।
– ୧୯୭୦ ମସିହାରେ ଧର୍ମେନ୍ଦ୍ର ଓ ହେମା ଲଗାତାର ଏକାସାଙ୍ଗରେ ଅଭିନୟ କରି ସିନେମା ଜଗତକୁ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଉଥିଲେ । ୧୯୭୫ ମସିହା ବେଳକୁ ଫିଲ୍ମ ସୋଲେର ସୁଟିଂ ସମୟରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା ।
– ଏହାପରେ ୧୯୭୯ ମସିହାରେ ଧର୍ମେନ୍ଦ୍ର ଡ୍ରିମଗାର୍ଲ ହେମାମାଳିନୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଓ ସେମାନଙ୍କର ଦୁଇ ଝିଅ ଇସା ଦେଓଲ ଏବଂ ଆହାନ ଦେଓଲ ମଧ୍ୟ ବଲିଉଡରେ ବେଶ ପରିଚିତ ଅଟନ୍ତି । ଧର୍ମେନ୍ଦ୍ର ହେମାଙ୍କ ପାଇଁ ନିଜ ଧର୍ମ ପରିବର୍ତ୍ତନ କରି ହେମାଙ୍କୁ ବିବାହ କରିଥିଲେ।
– ଧର୍ମେନ୍ଦ୍ର ହେମାଙ୍କ ସହ ୧୨ରୁ ଅଧିକ ଫିଲ୍ମ ରହିଛି। ଏହି ଯୋଡ଼ି ଦର୍ଶକଙ୍କୁ ମୋହିତ କରିଥିଲା। ତୁମ ହଁସି ମେ ଜଁବା, ନୟା ଜମାନା, ସରାଫତ, ସୀତା ଔର ଗୀତା, ରାଜା ରାନୀ, ପଥର ଔର ପାୟଲ, ଜୁଗୁନୁ, ପ୍ରତିଜ୍ଞା, ବାରୁଦ, ଚରସ, ଡ୍ରିମ ଗାର୍ଲ, ସୋଲେ, ଦ ବର୍ନିଂ ଟ୍ରେନ, ନସିବ, ଆସପାସ ଓ ରଜିୟା ସୁଲତାନ ଭଳି ଅନେକ ଫିଲ୍ମ କରିଛନ୍ତି।