୮୫ ବସ୍ତି ବାସିନ୍ଦାଙ୍କୁ ବିଧାୟକଙ୍କ ଏଲ.ଇ.ସି. ବଣ୍ଟନ

ପୋଲସରା,(ଅନିଲ କୁମାର ମହାରଣା) : ରାଜ୍ୟ ସରକାର ସହର ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ବାସଗୃହ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ପୋଲସରା ସହରରେ ଏହାର ପ୍ରାଥମିକ କାର୍ଯ୍ୟ ସ୍ୱରୁପ ଏଲ.ଇ.ସି. ବଣ୍ଟନ ଆରମ୍ଭ ହୋଇଛି। ଅକ୍ଟୋବର ୧୨ ତାରିଖ ଦିନ ପୋଲସରା ଏନଏସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପୋଲସରା ସହରର ବସ୍ତି ଅଞ୍ଚଳରେ ରହୁଥିବା ୮୫ ପରିବାରକୁ ଜମି ପଞ୍ଜୀକୃତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଭବିଷ୍ୟତରେ ସରକାରୀ ଅନୁଦାନରେ ପୋଲସରା ବସ୍ତିକୁ ଅଞ୍ଚଳକୁ ବାସୋପଯୋଗୀ ଲୋକ ବସତିରେ ପରିଣତ କରାଯିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ