୮୭୨ ଲିଟର ଦେଶୀ ମଦ ଜବତ, ୧୦ ଗିରଫ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୧ ତାରିଖ ଦିନ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଛି । ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଭଞ୍ଜନଗର ଥାନା ଅନ୍ତର୍ଗତ ଜି.ନୂଆଗାଁ, ବେଲଗୁଣ୍ଠା, ନାଇକଗୁଡା,ଓ ଇନ୍ଦ୍ରଗଡ଼ ଚାରି ସ୍ଥାନରେ ଅବକାରୀ ଧରପଗଡ଼ ହୋଇ ୮୭୨ ଲିଟର ଦେଶୀ ମଦ ଜବତ ହେବା ସହ ୪୩୪୩ ଲିଟର ପୋଚ ନଷ୍ଟ କରାଯାଇଛି । ଏହି ଚାରି ସ୍ଥାନରେ ଚଢ଼ାଉ କରାଯାଇ ୧୩ ଟି ମାମଲା ରୁଜୁ ହୋଇ ୧୦ ଜଣକୁ ଗିରଫ କରା ଯାଇଥିବା ବେଳେ ୩ ଜଣ ଫେରାର ହୋଇଥିବା ଜଣାପଡିଛି । ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଶ୍ରୀ ବେହେରାଙ୍କ ସମେତ ଗଞ୍ଜାମ ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଅବକାରୀ ନିରୀକ୍ଷିକା ପ୍ରୀତିଧାରା ନାୟକ, ଆସିକା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରା, ବୁଗୁଡା ଅବକାରୀ ଓଆଇସି ପାର୍ଥ ସାରଥୀ ରାଉତ, ଏଏସଆଇ ମମତା କୁମାରୀ ଦାସ, ଓ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ