୮୭ ଲିଟର ରନ୍ଧା ମଦ ଜବତ : ୧ ଗିରଫ
ବେଲଗୁଣ୍ଠା ( ଯୁଗାବ୍ଦ ନ୍ୟୁଜ ) : ଡିମ୍ବିରିପଲ୍ଲୀ ଛକରେ ବସବାସ କରୁଥିବା ଏକ ଘରେ ଚଢାଉ କରି ୮୭ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତକୁୁ ଗିରଫ କରିଛି । ସନ୍ତୋଷ ନାୟକ ଓରଫ ବାବୁଲାର ଘର ଉପରେ ଚଢାଉ କରି ପୋଲିସ ୮୭ ଲିଟର ଦେଶୀମଦ ଜବତ କରିଛି । ରନ୍ଧା ମଦ ଜବତ କରିବା ପରେ ପୋଲିସ ସନ୍ତୋଷ ନାମରେ ୯୨/୧୯ ଏକ ମାମଲା ରୁଜୁ କରି ସନ୍ତୋଷ ନାୟକକୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି ।


