୮୮ତମ ଓଡିଶା ଦିବସ ୨୦୨୩ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସଦରମହକୁମାରେ ଜିଲ୍ଲା୍ସ୍ତରୀୟ ୮୮ତମ ଓଡିଶା ଦିବସ- ୨୦୨୩ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରତିଷ୍ଠା ଦବସ ପାଳନର ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସକୁ ପୂର୍ବବର୍ଷ ଭଳି ସରସ ସୁନ୍ଦର ଭାବେ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ସମସ୍ତଙ୍କ ସହଯୋଗ ଓ ସୁଚିନ୍ତିତ ମତାମତ କାମନା କରିଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ପରେ ସ୍ଥିର ହେଲା ଯେ, ଉତ୍କଳ ଦିବସ ଦିନ ପ୍ରତ୍ୟୁଷ ୪.୩୦ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ରଦ୍ୱାରା ପୌରାଞ୍ଚଳରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପ୍ରଚାର କରାଯିବ । ସକାଳ ୭ଟା ସମୟରୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ସାମୁହିକ ମାଲ୍ୟାର୍ପଣ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା, ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବ । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡିକରେ ଆଲୋକ ସଜ୍ଜା ହେବ । ଉକ୍ତ ଦିନ ସନ୍ଧ୍ୟା ୬ ଘଟିକାରେ ମ୍ୟୁନିସିପାଲିଟି ଟାଉନହଲ୍ଠାରେ ସାଧାରଣ ସଭା, ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ଦିବାସର ମୁଖ୍ୟ ଅତିଥିଙ୍କ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ୨ଜଣ ଶିକ୍ଷକ/ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ ହେବେ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦୂର୍ଗା ପ୍ରସାଦ ମହାରଣା(ରାଜସ୍ୱ), ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡା. ଅନିତା ପଟ୍ଟନାୟକ, ଡେପୁଟି କଲେକ୍ଟର (ନିଜାରତ) ସଞ୍ଜୟ କୁମାର ପଣ୍ଡା, କେନ୍ଦ୍ରାପଡା ତହସିଲଦାର ଅଞ୍ଜଳି ତରାଇ, କେନ୍ଦ୍ରାପଡା ଏସଡିପିଓ ଜୟନ୍ତ କୁମାର ମହାପାତ୍ର, କେନ୍ଦ୍ରାପଡା ଏ.ବି.ଡି.ଓ. ଅନିରୁଦ୍ଧ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର, ଉପଖଣ୍ଡ ପଞ୍ଚାୟତ ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଅମ୍ବରୀଶ ସାମଲ, ସହକାରୀ ଯନ୍ତ୍ରୀ(ରାସ୍ତା ଓ କୋଠାବାଡି) ପ୍ରସନ୍ନ କୁମାର ସାମଲ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପ୍ରୋଗ୍ରାମ ଅଫିସର ସଂଯୁକ୍ତା ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, କେନ୍ଦ୍ରାପଡା ଜିଲ୍ଲ୍ା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶନୀ, ସହକାରୀ ଅଗ୍ନିଶମ ଅଧିକାରୀ, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବ୍ରହ୍ମାନନ୍ଦ ସେଠୀ, କେନ୍ଦ୍ରାପଡା ପୌରପରିଷଦ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ କାର୍ଯ୍ୟକ୍ରମର ବିବରଣୀ ପାଠ କରିବା ସହ ଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।