୮୮ ବର୍ଷ ବୟସରେ ଶେଷନିଃଶ୍ବାସ ତ୍ୟାଗ କଲେ ନାୟିକା ନିମ୍ମି

ମୁମ୍ବାଇ : ବିଗତ ଦିନର ଲୋକପ୍ରିୟ ନାୟିକା ନିମ୍ମିଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଛି। ଗତ କିଛି ଦିନ ହେବ ରୋଗରେ ପଡିଥିବାବେଳେ ମୁମ୍ବାଇର ସରଳା ନର୍ସିଂ ହୋମ୍‌ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ନିଜର ସୁନ୍ଦର ଚେହେରା ସହିତ ଅଭିନୟର ଯାଦୁରେ ପରିଚିତ ହାସଲ କରିଥିବା ନିମ୍ମିଙ୍କ ଅସଲ ନାମ ଥିଲା ନଓ୍ବାବ ବାନୋ। ନିମ୍ମିଙ୍କ ପିତା ଜଣେ କଣ୍ଟ୍ରାକ୍ଟର ଥିବାବେଳେ ତାଙ୍କ ମା’ ଜଣେ ଗାୟିକା ଥିଲା। ନିମ୍ମିଙ୍କୁ ୧୧ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମା’ ତାଙ୍କର ନିଧନ ହୋଇଥିଲା। ଏହାପରେ ମାତ୍ର ୧୬ ବର୍ଷ ବୟସରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ୧୯୫୦-୬୦ ମସିହାରେ ସେ ଷ୍ଟାରଡମ୍‌ ପାଇଥିଲେ। ତେବେ ରାଜ୍‌ କପୁର୍‌ଙ୍କ ଖୋଜ୍‌ ରୂପେ ନିମ୍ମି ବେଶ୍‌ ପରିଚିତ। କାରଣ ରାଜ୍‌ କପୁର ତାଙ୍କୁ ‘ବରସାତ୍‌’ ଫିଲ୍ମରେ ବ୍ରେକ ଦେଇଥିଲେ। ଏପରିକି ରାଜ୍‌ କପୁର୍‌ ତାଙ୍କ ନାମ ନିମ୍ମି ହିଁ ରଖିଥିଲେ। ନିମ୍ମିଙ୍କ ଲୋକପ୍ରିୟ ଫିଲ୍ମଗୁଡିକ ମଧ୍ୟରେ ରହିଛି – ସଜା, ଆନ୍‌, ଉଡନ୍‌ ଖଟୋଲା, ଭାଇ ଭାଇ, କୁନ୍ଦନ, ମେରେ ମେହବୁବ, ପୁଜା କେ ଫୁଲ୍‌, ଆକାଶଦୀପ୍‌, ଲଭ ଏଣ୍ଡ୍‌ ଗଡ୍‌ ପ୍ରମୁଖ। ଫିଲ୍ମ ଅନ୍ଦାଜ୍‌ ସେଟ୍‌ରେ ରାଜକପୁର୍‌ଙ୍କ ସହ ନିମ୍ମିଙ୍କ ସାକ୍ଷାତ ହୋଇଥିଲା। ଏହାପରେ ରାଜ କପୁର୍‌ ତାଙ୍କୁ ’ବରସାତ୍‌‘ ଫିଲ୍ମରେ ବ୍ରେକ୍‌ ଦେଇଥିଲେ। ଏହି ଫିଲ୍ମରେ ନିମ୍ମି ସେକେଣ୍ଡ ଲିଡ୍‌ରେ ରହିଥିଲେ। ନିମ୍ମି ତାଙ୍କ ଫିଲ୍ମ କ୍ୟାରିଅର୍‌ରେ ରାଜ କପୁର୍‌, ଦେବାନନ୍ଦ, ଦିଲ୍ଲୀପ କୁମାର, ନର୍ଗିସ୍‌, ମଧୁବାଲା, ସୁରୈୟା, ଗୀତା ବାଲି, ମୀନା କୁମାରୀ ପରି ବହୁ ଲୋକପ୍ରିୟ କଳାକାରଙ୍କ ସହ ଅଭିନୟ କରିଛନ୍ତି ।
ନିମ୍ମି ଚିତ୍ରନାଟ୍ୟ ଲେଖକ ଏସ୍‌ ଅଲୀ ରାଜାଙ୍କୁ ବିବାହ କରିଥିଲେ। ୨୦୦୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ନିମ୍ମିଙ୍କର କୌଣସ ସନ୍ତାନ ନଥିବାରୁ ସେ ତାଙ୍କ ଭଉଣୀଙ୍କ ପୁଅକୁ ପୌଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ। ନିମ୍ମିଙ୍କ ମୃତ୍ୟୁରେ ପୂର ବଲିଉଡ୍‌ ଶୋକପ୍ରକଟ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ