୮୯ତମ ମାସିକ ଭଞ୍ଜ ସଙ୍ଗୀତ ଆସର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଆର୍‍.ଏମ୍‍.ସି. ନିକଟ କଲ୍ୟାଣୀ ମଣ୍ଡପ ଠାରେ ପୂଜ୍ୟଗୁରୁ ସ୍ୱର୍ଗତ ଆନନ୍ଦ ପ୍ରଧାନଙ୍କ ସପ୍ତଦଶ ତମ ଶ୍ରାଦ୍ଧ ବାର୍ଷିକ ଓ ବିଶ୍ୱମାନବିକତା ଦିବସ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ଅନୁଷ୍ଠାନ ଦ୍ୱାରା ୮୯ତମ ମାସିକ ଭଞ୍ଜ ସଂଗୀତ ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ଅଧ୍ୟାପକ ଲୋକନାଥ ମହାନ୍ତି, ସମ୍ମାନୀତ ଅତିଥିଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ, ପୂର୍ବତନ ନଗରପାଳ ସୁଧୀର ରଞ୍ଜନ ବେହେରା, ସମାଜସେବୀ ସୁଶାନ୍ତ ମହାପାତ୍ର, ଅର୍ଜୁନ ବେହେରା ଯୋଗଦେଇ ଭଞ୍ଜ ସଂଗୀତ, ସଂଗୀତର ବିଭିନ୍ନ ଛାନ୍ଦ, ଚଉପଦୀ, ଉପମା, ଅନୁପ୍ରାସ, ଅଳଙ୍କାର ଓ ତାର ଶୈଳୀ ବିଷୟରେ ଆଲୋଚନା ହେବା ସହିତ ବିଶ୍ୱମାନବିକତାର ମୂଲ୍ୟବୋଧ ଉପରେ ନିଜ ନିଜର ମତ ପରିପ୍ରକାଶ କରିଥିଲେ। ଭଞ୍ଜ ସଂଗୀତର ପ୍ରଚାର ପ୍ରସାର କରୁଥିବା ଏହି ଅନୁଷ୍ଠାନକୁ ସମସ୍ତ ଅତିଥି ଭୂରୀ ଭୂରୀ ପ୍ରଶଂସା କରିଥିଲେ। ପ୍ରଥମେ ସ୍ୱର୍ଗତ ଗୁରୁ ଆନନ୍ଦ ପ୍ରଧାନଙ୍କ ତୈଳଚିତ୍ରରେ ପୁଷ୍ପମାଳ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମ୍ପାଦକ ଅଶୋକ ମହାପାତ୍ର ଅତିଥି ଆହ୍ୱାନ କରିଥିବା ସମୟରେ ଅନୁଷ୍ଠାନ ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସଖୀନାଥ ଗୁରୁ ରଘୁନାଥ ପାଣି, ଓଡ଼ିଶୀ କଣ୍ଠଶିଳ୍ପୀ ସୁନୀତା ତ୍ରିପାଠୀ ଓ ରୀତିସ୍ନିଗ୍ଧା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସ୍ୱର୍ଗତ ରଘୁନାଥ ରାଓ ସ୍ମୃତି ସମ୍ମାନରେ ଅଶୋକ କୁମାର ପ୍ରଧାନଙ୍କୁ ପରିମଳ ସେବାରତ୍ନ ଏବଂ ସ୍ୱର୍ଗତ ବାଳକୃଷ୍ଣ ସ୍ମୃତି ସମ୍ମାନରେ ପି. ଆନନ୍ଦ ରାଓଙ୍କୁ ଭଲ ମଣିଷ – ୨୦୨୪ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ପରେ ଅନୁଷ୍ଠାନ ଦ୍ୱାରା ଶ୍ରଦ୍ଧାଞ୍ଜଳି ସନ୍ଧ୍ୟା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁରୁ ଅଶୋକ ମହାପାତ୍ର, ଗୁରୁ ରଘୁନାଥ ପାଣି, କଣ୍ଠଶିଳ୍ପୀ ସୁନୀତା ତ୍ରିପାଠୀ, ରୀତିସ୍ନିଗ୍ଧା ପ୍ରଧାନ, ଲୋକନାଥ ମହାନ୍ତି, ଜ୍ୟୋସ୍ନାଦେବୀଙ୍କ ଦ୍ୱାରା ଆକର୍ଷଣୀୟ ଭଞ୍ଜସଂଗୀତ ପରିବେଷଣ କରାଯାଇଥିଲା। ଶେଷରେ ସହ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ