୮ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର, ଆସନ୍ତା ମାର୍ଚ୍ଚ ମାସରେ ପ୍ରାୟ ୮ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ ସେବା। ଏହାଦ୍ବାରା ବ୍ୟାଙ୍କ ଗ୍ରାହକମାନେ ନିଶ୍ଚିତ ଅସୁବିଧାର ସମ୍ମୁଖୀନ ହେବେ। ତେବେ ତା ପୂର୍ବରୁ ଜରୁରୀ ବ୍ୟାଙ୍କ କାମ ଶେଷ କରିଦେବା ଆବଶ୍ୟକ। ଅର୍ଥାତ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଜରୁରୀ ବ୍ୟାଙ୍କ କାମ ଶେଷ କରିବାକୁ ଅର୍ଥନୈତିକ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ଆସନ୍ତା ମାର୍ଚ୍ଚ ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ୮ ତାରିଖରେ ରବିବାର ପଡୁଥିବାରୁ ସାଧାରଣତଃ ବ୍ୟାଙ୍କ ବନ୍ଦ ରହେ, ସେହିପରି ସୋମବାର ଦୋଳପୂର୍ଣ୍ଣିମା, ମଙ୍ଗଳବାର ହୋଲି ଯୋଗୁଁ ବ୍ୟାଙ୍କ ଛୁଟି ଅଛି। ବୁଧବାର, ଗୁରୁବାର ଏବଂ ଶୁକ୍ରବାର ତିନିଦିନ ଧରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ ଡାକରା ଦେଇଛନ୍ତି। ଫଳରେ ଏହି ତିନିଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ତା’ପରଦିନ ଦ୍ବିତୀୟ ଶନିବାର ଏବଂ ପରେ ରବିବାର ପଡୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ଛୁଟି ଅଛି। ଏହିପରି ଗୋଟିଏ ରବିବାରରୁ ଆର ରବିବାର ପୁରା ୮ ଦିନ ବ୍ୟାଙ୍କ ବନ୍ଦ ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ