୮ ନଂ. ଜୋନର ଚର୍ଚ୍ଚିତ ଚେହେରା ସମାଜସେବୀ ସନ୍ତୋଷ ବେହେରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କରୋନା ଯୋଦ୍ଧା ସନ୍ତୋଷ କୁମାର ବେହେରା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଯେତେବେଳେ କରୋନା ମହାମାରୀ ସାରା ଦୁନିଆକୁ କବଳିତ କରିନେଇଥିଲା ଠିକ ସେହି ସମୟରେ ସମାଜସେବୀ ସନ୍ତୋଷ ନିଜ ଜୀବନକୁ ବାଜି ଲଗାଇ ସାରା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଲି ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ଏହାସହ ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରିଥିଲେ । କେବଳ ସେତିକି ନୁହେଁ ଅନେକ ଗରୀବ ତଥା ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ଏବଂ ରାସନ କିଟ ବଣ୍ଟନ କରିଥିଲେ । ମାସ ମାସ ଧରି ସନ୍ତୋଷଙ୍କ ପତ୍ନୀ ଦେବସ୍ମିତା ଘରେ ମାସ୍କ ତିଆରି କରୁଥିବା ବେଳେ ୧୦ବର୍ଷର ଝିଅ ସୀମା ଓ ୧୨ବର୍ଷର ପୁଅ ସୁମିତ ସନ୍ତୋଷ ଏହି କାର୍ଯ୍ୟରେ ମା’ଙ୍କୁ ସାହାଯ୍ୟ କରନ୍ତି । ନିଜ ପରିବାରର ପତ୍ନୀ ଓ ପିଲାମାନଙ୍କ ସାହାଯ୍ୟରେ ତିଆରି ହେଉଥିବା ମାସ୍କ ଏବଂ ନିଜ ଅର୍ଜ୍ଜିତ ଅର୍ଥରୁ ସାନିଟାଇଜର କିଣି କରୋନା ସମୟରେ ସାଧାରଣ ଲୋକମାନଙ୍କୁ କରୋନାରୁ ସୁରକ୍ଷା ପ୍ରଦାନ ପାଇଁ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହିତ ସେମାନଙ୍କୁ ସଚେତନତାର ବାର୍ତ୍ତା ଦେଉଥିଲେ । ଗ୍ରାମର ବିକାଶ ବିନା ଦେଶର ଉନ୍ନତି ହୋଇପାରିବନି । ଗାନ୍ଧିଜୀଙ୍କ ଏହି ପରାମର୍ଶକୁ ସାକାର କରିବାକୁ ଗ୍ରାମଞ୍ଚଳର ଜନତାଙ୍କ ସେବା ଓ ରାଜନୀତିରେ ଦୀର୍ଘ ୨୦ ବର୍ଷ ଧରି ନିଜକୁ ଉତ୍ସର୍ଗ କରି ଆସିଥିବା ବିଶିଷ୍ଟ ସମାଜସେବୀ, ପରିବେଶବିତ୍ ତଥା କଂଗ୍ରେସ ଦଳର ପୁରୁଖା ସଭ୍ୟ ସନ୍ତୋଷ କୁମାର ବେହେରା ଏବେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ୮ ନମ୍ବର ଜୋନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଦୀର୍ଘ ବର୍ଷ ହେଲା ଲୋକଙ୍କ ମୌଳିକ ଆବଶ୍ୟକତା ଓ ସାମୁହିକ ସମସ୍ୟା ନେଇ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି ସନ୍ତୋଷ । କିନ୍ତୁ ଉଭୟ ସମସ୍ୟା ପ୍ରତି ସରକାର ଓ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି । କିନ୍ତୁ ଜନସାଧାରଣ ବିଶେଷତଃ ଗରିବ, କୃଷକ, ବେରୋଜଗାର ଯୁବକ, ମହିଳାଙ୍କ ମୌଳିକ ସମସ୍ୟା ଗୁଡ଼ିକ ପ୍ରତି ପ୍ରଶାସନ ଅଣଦେଖା କରୁଥିବା ସନ୍ତୋଷ ଅଭିଯୋଗ କରିଛନ୍ତି । ଲୋକମାନଙ୍କର ଶ୍ରଦ୍ଧା, ବିଶ୍ୱାସ ଏବଂ ଭରସା ମୋ ଉପରେ ଅଛି । ଏହାହିଁ ମୋ ଜିତିବାର ମାଧ୍ୟମ ବୋଲି କହିଛନ୍ତି ସନ୍ତୋଷ । କିନ୍ତୁ ଅନ୍ୟଦଳ ଓ ଦଳୀୟ ପ୍ରାର୍ଥୀମାନେ ଅପକର୍ମ ଯୋଗୁଁ ସେମାନେ ଲୋକଙ୍କ ସମର୍ଥନ ପାଇବା ସହଜ ହେବନି । ତାଙ୍କ ପ୍ରତି ସଭିଙ୍କ ଆଶୀର୍ବାଦ ରହିଥିବା ସନ୍ତୋଷ କହିଛନ୍ତି । ଅନ୍ୟପକ୍ଷରେ ସନ୍ତୋଷ କୁହନ୍ତି ଯେ ସେ ଦଳମତରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିଛନ୍ତି । ନିଜ ଗଚ୍ଛିତ ସମ୍ପତ୍ତି ବିକିଭାଙ୍ଗି ସେ ଲୋକଙ୍କ ପାଇଁ କାମ କରିଛନ୍ତି । ସନ୍ତୋଷ କୁହନ୍ତି ଯେ ଜନସାଧାରଣ ଭଲଭାବେ ଜାଣନ୍ତି ଯେ ମୁଁ ସାଧାରଣ ଜନତାର ସାମାନ୍ୟ ସେବକ, ସମାଜସେବୀଟିଏ । ଏହି ଜୋନର ଗ୍ରାମପଞ୍ଚାୟତ ଗୁଡିକରେ ଇନ୍ଦିରାଆବାସ, ପ୍ରଧାନମନ୍ତ୍ରୀ ଆବାସ, ବିଜୁପକ୍କାଘର, ଭତ୍ତା, ପାଇଖାନା ଯୋଗାଣରେ ଗରିବମାନଙ୍କୁ ଉପେକ୍ଷା କରାଯାଇଛି । ଲାଞ୍ଚକାରବାର ହେତୁ ଗରୀବ ପରିବାର ଏସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ସେହିପରି ସୁବିଧାଜନକ ରାସ୍ତା, ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ନିବେଦନ, ଦାବୀ ଓ ଆନ୍ଦୋଳନ କରିଛନ୍ତି ସନ୍ତୋଷ । ୮ନମ୍ବର ଜୋନର ମୁଖ୍ୟରାସ୍ତା ସାନ୍ତସାହିପୋଲ ଠାରୁ ଗଣ୍ଡାକିଆ ବର୍ଷସାରା ଖାଲଖମାରେ ପୂର୍ଣ୍ଣ ହୋଇ ଯାତାୟତରେ ଅଚଳାବସ୍ଥା ସୃଷ୍ଟି କରିଛି । ପ୍ରତିବର୍ଷ ସେହି ରାସ୍ତା ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଚାଲିଛି । ଚଳିତବର୍ଷ ମଧ୍ୟ ଏଭଳି ହରିଲୁଟ ରୋକିବାକୁ ଏବଂ ଉନ୍ନତମାନର ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ସେ ଜୋରଦାର ଦାବି କରିଛନ୍ତି । ସେହି ଜୋନର ଓସ୍ତପୁର, କଂସାର, ପୁରୁଷୋତ୍ତମପୁର ଓ ଆଏବା ଗ୍ରାମ ପଞ୍ଚାୟତବାସୀ ଏହି ରାସ୍ତାରେ ଯାତାୟତ କରିବା ବିପଦପୂର୍ଣ୍ଣ ହୋଇ ପଡିିଛି । କେବଳ ସେତିକି ନୁହେଁ ସେହି ଜୋନର ବଗଡ଼ା, କଳପଡ଼ା ଓ କପାଳେଶ୍ୱର ପଞ୍ଚାୟତରେ ଏଭଳି ମୌଳିକ ସମସ୍ୟା ଗୁଡିକୁ ନେଇ ଜନ ଅସନ୍ତୋଷ ଲାଗିରହିଛି । କେବଳ ସେତିକି ନୁହେଁ ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ନେତା, କୁଜିନେତା ଓ ପ୍ରଶାସନଙ୍କ ଲୁଟେରା ରାକେଟ ବିରୋଧରେ ସେ ଲଢ଼ୁଥିବା କହିଛନ୍ତି ସନ୍ତୋଷ । ବିଗତ କରୋନା ମହାମାରୀ ସମୟରେ ଦିନରାତି ଲୋକଙ୍କ ସୁରକ୍ଷା ଦିଗରେ କାମ କରିିଛନ୍ତି ସନ୍ତୋଷ । ୬୦ ହଜାର ମାସ୍କ ଓ ୨୦ ହଜାର ସାନିଟାଇଜର ଲୋକମାନଙ୍କୁ ବାଣ୍ଟିଛନ୍ତି ସନ୍ତୋଷ । ହଜାରରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବାଣ୍ଟିଛନ୍ତି ସେ । କିନ୍ତୁ ସେବା ଏକ ବ୍ୟକ୍ତିଗତ ଚେତନା ଭାବି ସେ ପ୍ରଚାର କରନ୍ତିନି । ତଥାପି ବିଭିନ୍ନ ସଂଗଠନ ସମେତ ପ୍ରଶାସନ ଓ ପୋଲିସ ସଂସ୍ଥା ପକ୍ଷରୁ ତାଙ୍କୁ କରୋନା ଯୋଦ୍ଧା ଭାବେ ଅନେକଥର ସମ୍ମାନିତ କରିଛନ୍ତି ପଲ୍ଲୀରୁ ଦିଲ୍ଲୀ ଯାଏ ସଭିଏଁ ମୋ ପରିବାର । ଯେଉଁଠି ଥାଏ ଏବଂ ଯେଉଁଠିକି ଯାଏ ସର୍ବଦା ଜନକଲ୍ୟାଣକୁ ମୁଁ ଗୁରୁତ୍ୱ ଦେଇଛି ବୋଲି କହିଛନ୍ତି ସନ୍ତୋଷ । ଜନତାଜନାର୍ଦ୍ଦନଙ୍କ ସେବାହିଁ ଇଶ୍ୱରଙ୍କ ସେବା ବୋଲି ବିଶ୍ୱାସ କରନ୍ତି ସନ୍ତୋଷ । ତାଙ୍କର ଭାବନା, ଭାବମୂର୍ତ୍ତୀ ଓ ଅବଦାନକୁ ବିଚାରକରି ତାଙ୍କୁ ଆଶୀର୍ବାଦ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ସନ୍ତୋଷ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ