୯ଦିନ ପରେ ନାବାଳିକା ସମେତ ଅପହରଣକାରୀ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳର ଜୈନିକା ୧୩ ବର୍ଷ ବୟସର ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରି ନେଇଥିଲା । ଅପହରଣ ପରେ ନାବାଳିକାଙ୍କୁ ବଳପୂର୍ବକ ଦୁର୍ଷ୍କମ କରାଯାଇଥିବା ନେଇ ଅପହୃତା ନାବାଳିକା ପୁଲିସକୁ କହିଛି । ଘଟଣାର ୯ ଦିନ ପରେ ଚୌଦ୍ୱାର ଅଂଚଳର ଏକ ଭଡ଼ା ଘରୁ ଅପହରଣକାରୀଙ୍କ ସମେତ ମୂର୍ମୁଷ ଅବସ୍ଥାରେ ଅପହୃତା ନାବାଳିକାଙ୍କୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ପ୍ରକାଶ ଯେ, ଚଳିତ ମାସ ୧୪ ତାରିଖ ଦିନ ହିଞ୍ଜିଳି ଥାନା ଅଂଚଳର ଏକ ଗ୍ରାମର ଜୈନିକା ନାବାଳିକା ଘରେ ଏକାକୀ ଥିବା ସମୟରେ ସେହି ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇଥିଲା । ପରିବାର ସଦସ୍ୟ ଘରକୁ ଫେରିବା ପରେ ନାବାଳିକା ଝିଅକୁ ନପାଇ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ । ଝିଅର ସନ୍ଦାନ ନମିଳିବାରୁ ଝିଅର ବାପା ୧୪ ତାରିଖରେ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନା କେଶ ନଂ-୫୮/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଲାଇଥିଲା । ବିଳମ୍ବିତ ରାତିରେ ନାବାଳିକା ଜଣକ ଚୌଦ୍ୱାର ଅଂଚଳରେ ଥିବା ଖବର ପାଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ଏକ ପୁଲିସ ଟିମ ଚଢାଉ କରିଥିଲା । ଚୌଦ୍ୱ।।ର ଅଂଚଳର ଏକ ଭଡ଼ା ଘର ମଧ୍ୟରେ ଅପହରଣକାରୀ ଯୁବକଙ୍କ ସମେତ ଅପହୃତା ନାବାଳିକାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରିଥିଲା । ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଥିବା ନେଇ ଯୁବକ ଜଣକ ପୁଲିସକୁ କହିଥିବା ଥାନା ସୁତ୍ରରୁ ପ୍ରକାଶ । ଉଭୟଙ୍କୁ ଡ଼ାକ୍ତରୀମାଇନା କରାଯାଇଛି । ବୁଧବାର ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୁତ୍ରରୁ ପ୍ରକାଶ ।


