୯ନଂ ୱାର୍ଡ଼ରେ ସ୍ୱାଧୀନ ପ୍ରାର୍ଥୀ ସଞ୍ଜୀବ ଦାସଙ୍କ ଜୋରଦାର ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ପୌର ନିର୍ବାଚନରେ ବାଲେଶ୍ୱର ପୌରପାଳିକାର ୯ ନଂ ୱାର୍ଡ଼ର ସ୍ୱାଧୀନ ପ୍ରାର୍ଥୀ ସଞ୍ଜୀବ ଦାସଙ୍କ ନିଆରାଢଙ୍ଗର ପ୍ରଚାର ଭୋଟରଙ୍କ ମନ କିଣିବାରେ ଲାଗିଛି । ବିଶେଷ କରି ୱାର୍ଡ଼ରେ ଥିବା ମୌଳିକ ସମସ୍ୟା ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଅବଗତ ହେବା ସହ ନିଶ୍ଚିତ ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଉଥିବା ଲକ୍ଷ୍ୟ କରାଯାଇଛି । ପୌର ନିର୍ବାଚନକୁ ହାତ ଗଣତି ୬ ଦିନ ବାକି ରହିଥିବା ବେଳେ ଶ୍ରୀ ଦାସ ଯୁଦ୍ଧକାଳୀନ ଭିତ୍ତିରେ ଘରକୁ ଘର ବୁଲି ନିଜ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି । ସ୍ୱଳ୍ପ ସମୟ ମଧ୍ୟରେ ସବୁ ଭୋଟରଙ୍କୁ ଭେଟି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ଲକ୍ଷ୍ୟ ନେଇ ସେ ଆଗେଇ ଚାଲିଛନ୍ତି । ଦୀର୍ଘ ଦୁଇ ବର୍ଷ ଧରି ସେ ୯ନଂ ୱାର୍ଡବାସୀଙ୍କ ସୁଖଦୁଃଖରେ ଛିଡ଼ା ହୋଇ ଆସୁଥିବା ବେଳେ ତାଙ୍କୁ ଏହି ନିର୍ବାଚନରେ ବେଶ ସଫଳତା ମିଳିବ ବୋଲି ଶ୍ରେୀ ଦାସ ଆଶାବ୍ୟକ୍ତ କରିଛନ୍ତି । ଏହି ୱାର୍ଡରେ ରାସ୍ତା, ନିଷ୍କାସନ ସାଙ୍ଗକୁ ପାନୀୟ ଜଳ ଯୋଗାଣ ସମସ୍ୟା ଦୀର୍ଘ ଦିନରୁ ଲାଗି ରହିଥିବା ବେଳେ ୱାର୍ଡର ବସ୍ତିବାସିନ୍ଦା ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଯଦି ସେ କାଉନସିଲର ଭାବେ ନିର୍ବାଚିତ ହୋଇ ଆସନ୍ତି ତାହାଲେ ଏହିସବୁ ମୌଳିକ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ