୯ମ ପ୍ରତିଷ୍ଠା ଦିବସ ‘ସ୍ପାର୍କ- ୨୦୨୩‘ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆଜି ଜିଲ୍ଲାସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ଉପସ୍ଥିତ ଥିବା ବାଲେଶ୍ୱର ଜିଲ୍ଲାର ସମସ୍ତ ୧୨ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ପ୍ରଧାନ ଶିକ୍ଷକମାନଙ୍କୁ ସମ୍ବୋଧିତ କରିଥିଲେ I ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ଯୋଗୁଁ ଉଚ୍ଚଶିକ୍ଷା ନେଇ ଗରିବ ମେଧାବୀ ଶିକ୍ଷାର୍ଥୀଙ୍କ ଆଶା ଆକାଂକ୍ଷା ପୂରଣ ହେଉଛି । ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅତ୍ୟାଧୁନିକ ଶିକ୍ଷା ସୁବିଧା ସହ ଉତ୍ତମ ବ୍ୟବସ୍ଥା କରିଥିବାରୁ ଆଜି ସମଗ୍ର ରାଜ୍ୟର ଅନେକ ଛାତ୍ରଛାତ୍ରୀ ଜାତୀୟ ତଥା ରାଜ୍ୟ ସ୍ତରୀୟ ଅନେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଶର ଅନେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛନ୍ତି ବୋଲି ମତ ରଖିଥିଲେ ଶ୍ରୀ ଶିନ୍ଦେ I ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଶ୍ରୀ ଶିନ୍ଦେ ପୁରସ୍କୃତ କରିଥିଲେ I ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସ ସ୍ୱାଗତ ଭାଷଣ ଦେଇ ଥିଲେ I ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଯୋଜନା) ଶ୍ରୀଯୁକ୍ତ ଧରଣୀଧର ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏକାଡେମିକ୍ସ) ଶ୍ରୀମତୀ ପ୍ରାଚୀ ତନୟା ଗିରି ଏବଂ ଶ୍ରୀଯୁକ୍ତ ରାମକୃଷ୍ଣ ସାହୁ, ନୋଡାଲ ପ୍ରିନସିପାଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଞ୍ଚାସୀନ ଥିଲେ I ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀମାନେ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ I ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ