୯୦ଗୋରୁ ସହ ଜଣେ ଅଟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରତିଦିନ ଆମ ରାଜ୍ୟରେ ଗୋ-ହତ୍ୟା, ଗୋ-ଚାଲାଣ ପରି ଅମାନୁଷିକ ଘଟଣା ଆମ ସାମ୍ନାକୁ ଆସୁଛି. କିନ୍ତୁ ଏଥିପାଇଁ ଉଚିତ ନ୍ୟାୟିକ ପଦେକ୍ଷପ ନିଆଯାଉନାହିଁ. ଏପରି ଏକ ଘଟଣା ପୁଣି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କଙ୍କଡାଗୁଡାରେ ୯୦ ଗୋରୁ ସହିତ ଜଣେ ଅଟକ ଥିବାର ସୂଚନା ମିଳିଛି.ସୂଚନାନୁସାରେ, ରାତି ଅଧପ୍ରହରେ ଗୋରୁଗୁଡିକୁ ଚାନ୍ଦିପୁଟ ହାଟରୁ କିଣି ଚଲେଇ ଚଲେଇ ଗୁମ୍ମା ବ୍ଲକକୁ ନେଉଥିବା ସମୟରେ ଶବରପଲ୍ଲୀ ପଞ୍ଚାୟତ କଙ୍କଡାଗୁଡା ଗ୍ରାମବାସୀ ୯୦ ଗୋରୁ ସହ କିଣିଥିବା ବ୍ୟକ୍ତିଙ୍କୁ ଅଟକ ରଖିଥିଲେ. ଏହାର ପ୍ରତିବାଦ କରିବା ସହ ବଜରଙ୍ଗ ଦଳ କର୍ମକର୍ତ୍ତା କିଣିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଟକାଇଥିଲେ. ଏନେଇ ଖବର ଜାଣିବା ପରେ ଆର. ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ଥାନାଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ତାଙ୍କ କର୍ମଚାରୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ. ପରେ ଅଟକାଇଥିବା ସମସ୍ତ ଗୋରୁ କିଣିଥିବା ବ୍ୟକ୍ତିଙ୍କୁ ଛାଡିଥିଲେ. ଏହିପରି ଭାବେ ଏତେ ଗୋରୁଙ୍କୁ ରାସ୍ତାରେ ଚଲାଇ ନ ନେବାକୁ ଚେତାବନୀ ଦେଇଥିଲେ. ଗଜପତି ଜିଲ୍ଲାରେ ଗୋରୁ ହାଟ ବନ୍ଦ କରିବାକୁ ବଜରଙ୍ଗ ଦଳ କର୍ମକର୍ତ୍ତା ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି.


