୯୦୮ କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କଳାହାଣ୍ଡି ଜିଲ୍ଲାର ଜୁନାଗଡରେ ମିଶ୍ରଣ ପର୍ବ ଓ ଭବିନୀପାଟଣାରେ ମିଶନଶକ୍ତି ସମାବେଶରେ ଯୋଗ ଦେଇ ରେତ ଜଳସେଚନ ପ୍ରକଳ୍ପ ସମେତ ୯୦୮ କୋଟି ରୁ ଉର୍ଦ୍ଧ ଟଙ୍କା ର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହା ସହିତ ଭବାନୀପାଟଣା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ସରକାରୀ ମହିଳା ମହାବିଦ୍ୟାଳୟ କୁ ସାଇନ୍ସ କଲେଜ ମାନ୍ୟତା ଘୋଷଣା କରିଛନ୍ତି । ଏହା ସହିତ ଏହାର ଭିତ୍ତିଭୂମି ବିକାଶ ପାଇଁ ୫ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି ।