୯୦ କେଜି ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ପୋଲିସ କନ୍ଧମାଳ ଜିଲ୍ଲାରୁ କଟକ ଜିଲାକୁ ଚାଲାଣ ହେଉଥିବାବେଳେ ଗୋଟିଏ ଦାମୀ ଡଷ୍ଟର କାର ଭିତରୁ ୯୦ କେଜି ଗଞ୍ଜେଇ ଜବତ ହୋଇଛି। ପୁଲିସ କାରକୁ ଜବତ କରି ଜଣେ ଚାଲାଣକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରେବତି ଶବର ସୂଚନା ଦେଇଛନ୍ତି।ସୂଚନା ପ୍ରକାରେ, ଶନିବାର ଦିନ ଅପରାହ୍ନ ପ୍ରାୟ ଦେଢଟା ବେଳେ ଟିକାବାଲିରୁ ଚକାପାଦ ଓ ଲାଇନପଡା ଯିବାକୁ ଥିବା ରାସ୍ତାର ଛକଠାରେ ଗୋଟିଏ ଡଷ୍ଟର କାର କାରରେ ଗଞ୍ଜେଇ ଚାଲାଣ ହେଉଥିବା ପୁର୍ବ ସୂଚନା ଅନୁସାରେ ପୁଲିସ ସେଠାରେ ଅଟକାଇ ଗାଡିର ତଲାସି କରିଥିଲା। ତଲାସି ବେଳେ ସେଥିରୁ ୪ଟି ଜରି ବସ୍ତାରେ ୯୦ କେଜି ଗଞ୍ଜେଇ ବାହାରିଥିଲା । ଗଞ୍ଜେଇ ଓ ଗାଡିକୁ ଜବତ କରିବା ସହିତ ଡ୍ରାଇଭର କଟକ ଜିଲ୍ଲା ଆଠଗଡ ଅଂଚଳର ପ୍ରଦୀପ କୁମାର ବେହେରା ନମକ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ। ଏହି ସଂକ୍ରାନ୍ତରେ କେସ ନଂ ୫୭/୨୦ରେ ଏନଡିପିଏସ ଆଇନ ଅନୁସାରେ ରୁଜ୍ଜୁ କରି ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହି ଗଞ୍ଜେଇକୁ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡରୁ କଟକ ଜିଲ୍ଲା ଆଠଗଡ ଅଂଚଳକୁ ଚାଲାଣ କରୁ ଥିବା ନେଇ ପୁଲିସ ତାହାର ପ୍ରାଥମିକ ତଦନ୍ତରୁ ଜାଣି ପାରିଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ