୯୦ ତମ ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ): କରଞ୍ଜିଆ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ୮୯ତମ ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାପିଢ ଉପଜିଲ୍ଲାପାଳ ତଥା ଜାତୀୟ ଦିବସ ପାଳନ କମିଟିର ସଭାପତି ପ୍ରେମାଂଶୁ ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ କୁମାର ଦାସ, ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ଗୋଷ୍ଠୀ ଶିକ୍ଷାଧିକାରିଣୀ ତରୁଲତା ନାଏକ, ଓକିଲ ସଂଘ ସମ୍ପାଦକ ଦିବ୍ୟପ୍ରସାଦ ସାହୁ, ସହକାରୀ ଜିଲ୍ଲାପାଳ ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିହାର ରଞ୍ଜନ ସେଠୀ ଯୋଗଦେଇଥିଲେ । ଆଗାମୀ ଏପ୍ରିଲ ୧ ତାରିଖରେ ଏହି ଦିବସ ପାଳନ ଉପଲକ୍ଷେ ପ୍ରଭାତ ଫେରି, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନଗର ପରିକ୍ରମା, କରଞ୍ଜିଆ ସହର ର ବିଭିନ୍ନ ସ୍ଥାନରେ ଥିବା ମହାନ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ସମୂହ ମାଲ୍ୟାର୍ପଣ ଚଳିତମାସ ୨୬ ତାରିଖରେ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସ୍ଥାନୀୟ ସଙ୍ଗୀତ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳନ ସମାରୋହରେ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତା, ଏବଂ ସଭାକାର୍ଯ୍ୟ ପରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ ଏବଂ ଶେଷରେ ପାଂଚପୀଢ଼ ଉପଖଣ୍ଡରେ ଥିବା ଛଉ ନୃତ୍ୟ ଦଳ ମାନଙ୍କ ମଧ୍ୟରେ ଗ୍ରାମୀଣ ଛଉ ନୃତ୍ୟ ପ୍ରତିଯୋଗିତା ଅନୂଷ୍ଠିତ ହୋଇ ଶ୍ରେଷ୍ଠ ତିନୋଟି ଦଳ ଙ୍କୁ ଚୟନ କରାଯାଇ ଚୈତ୍ର ପର୍ବ ଅବସରରେ ବାରିପଦା ଠାରେ ହେବାକୁ ଥିବା ପ୍ରତିଯୋଗିତା ପାଇଁ ପ୍ରେରଣ କରାଯିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା । ଉତ୍ସଵ ପାଳନରେ ଶାନ୍ତିଶୃଙ୍ଖଳା ବଜାୟ ପାଇଁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ