୯୦ ପ୍ରତିଶତ ଭିନ୍ନକ୍ଷମ କୁ ବି ମିଳୁନି ସରକାରୀ ସହୟତା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ଏବେବି ବହୁ ଭିନ୍ନକ୍ଷମ ସରକାରୀ ସହୟତାରୁ କୈାଣସ କାରଣରୁ ବଂଚିତ ହେଉଛନ୍ତି । ଏପରି ଏକ ଘଟଣା ସୋରଡା ଅଚଂଳରୁ ଦେଖିବାକୁ ମିଳୀଛି । ଏନେଇ ଗଞ୍ଜାମ ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ପରିବାର । ସୋରଡା ବ୍ଲକ ଅଧିନ ବାଟଶାସନପୁର ଗ୍ରାମରେ । ଅଶୋକ ଗୈାଡ ଓ ପ୍ରମିତା ଗୈାଡଙ୍କ ୬ ବର୍ଷର ଝିଅ ଅମ୍ରିତା ଗୈାଡ । ସେ ୯୦ ପ୍ରତିଶତ ବିକଳାଙ୍ଗ ହୋଇଥିଲେ ସୁଦ୍ଧା ଏଯାବତ କୈାଣସି ସରକାରୀ ସହୟତା ମିଳୁନାହିଁ । ଏପରିକି ସେ ବହୁବାର ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଥିଲେ ସୁଦ୍ଧା କୈାଣସି ସୁଫଳ ହେଉନାହିଁ । ଅଶୋକ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଏହି ବିକଳାଙ୍ଗ ଝିଅ ପାଇଁ ମାସିକ ୪ ରୁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ପରିବାରକୁ ରାସନାକର୍ଡ, ଝିଅକୁ ଭତା ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ଏପରିକି ଘରେ ୧୦ ମାସର ଝିଅ କୁ ଛାଡି ଆଜି ସେମାନେ ଛତ୍ରପୁର ଅଭିଯୋଗ ଶୁଣାଣୀକୁ ଆସି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ