୯୦ ହଜାର ଗଞ୍ଜେଇ ଗଛକୁ ପୋଡିଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାରେ ପୁଣି ୯୦ ହଜାର ଗଞ୍ଜେଇ ଗଛକୁ ପୋଡା ଯାଇଥିବା ସୁଚନା ମିଳିଛି । ଏହି ଜିଲ୍ଲାର ଆର.ଉଦୟଗିରି ଥାନା ଅନ୍ତର୍ଗତ ତଣ୍ଡରଙ୍ଗ ଗ୍ରାମ ଅଞ୍ଚଳର ଜଙ୍ଗଲରେ ୪୫ ଏକର ଜମିରେ ଚାଷ ହୋଇଥିବା ୯୦ ହଜାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିବା ଜଣାପଡିଛି । ଏହି ଗଞ୍ଜେଇ ଗଛ ଗୁଡିକର ମୂଲ୍ୟ ୯ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୁଚନା ମିଳିଛି । ପୋଲିସ, ଅବକାରୀ ଓ ରାଜସ୍ୱ ବିଭାଗର ଏକ ମିଳିତ ଚଢାଉରେ ଏହି ଚୋରା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଗଜପତି ଜିଲାପାଳ ଅନୁପମ ସାହା, ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ କ୍ରମେ ଏହି ମିଳିତ ଚଢାଉ ହୋଇଥିଲା । ଗତ ଦେଢ ମାସ ମଧ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏଭଳି ଚଢାଉ ଦ୍ୱାରା ପ୍ରାୟ ୨ଶହ କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି । ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ଏବଂ ଥାନାଅଧିକାରୀ ମମତା ନାୟକ କହିଛନ୍ତି ଏଥିନେଇ ଆର.ଉଦୟଗିରି ଥାନାରେ ୧୩୯/୧୯ରେ ଏକ ମକଦ୍ଦମା ରୁଜୁ କରାଯାଇ ଚୋରା ଗଞ୍ଜେଇ ଚାଷ ନେଇ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ