୯ ଦଫା ଦାବି ନେଇ ଗଂଜାମ ବ୍ଲକ୍ ଡ୍ରାଇଭର ମିଳିତମଞ୍ଚର ଷ୍ଟିଅରିଂ ଛାଡ ଆନ୍ଦୋଳନ
ଗଞ୍ଜାମ, (ବିନୋଦ ପଲାଇ):ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ୯ ଦଫା ଦାବି ନେଇ ଷ୍ଟେରିଙ୍ଗଛାଡ଼ ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ଆଜି , ଗଂଜାମ ବ୍ଲକ୍ ଡ୍ରାଇଭର ଏକତା ମହାମଂଚ ପକ୍ଷରୁ ଗଞ୍ଜାମ ଥାନା ନିକଟ ପୁଇଁତୋଳା ଛକ ଠାରେ ୧୬ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଗଂଜାମ ବ୍ଲକ୍ ଡ୍ରାଇଭର ସଂଘ ସଭାପତି ନରେନ୍ଦ୍ର ଚଣ୍ଡ ଓ ଉପସଭାପତି ଧରଣୀଧର ସାହୁଙ୍କ ନେତୃତ୍ବରେ ଶତାଧିକ ଡ୍ରାଇଭର ସାମିଲ ହୋଇ ସକାଳୁ ବିଭିନ୍ନ ସାମଗ୍ରୀ ପରିବହନ (ହଳଦିଆ ନଂ ପ୍ଲେଟ) ଗାଡି ଗୁଡ଼ିକୁ ଅଟକ ରଖିଥିବା ବେଳେ, ସ୍କୁଲ ବସ, ଆମ୍ବୁଲାନ୍ସ, ମଟର ଗାଡି ଆଦିକୁ ଛାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ୯ ଦଫା ସମ୍ବଳିତ ଦାବି ସମୂହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବିମା ରାଶି, ଦୁର୍ଘଟଣାରେ ଅକର୍ମଣ୍ୟ ଡ୍ରାଇଭର ମାନଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି,୫୫ ବର୍ଷ ପରେ ପେନସନ, ଡ୍ରାଇଭର ମାନଙ୍କ ସମାଜର ସୁରକ୍ଷା ସ୍ଵତନ୍ତ୍ର ଆଇନ,୧୦୦ କିଲୋମିଟର ଅନ୍ତରରେ ଡ୍ରାଇଭର ମାନଙ୍କର ବିଶ୍ରାମନେବା ପାଇଁ ପାର୍କି, ବିଶ୍ରାମଗାର, ଶୌଚାଳୟ, ଆବାସ ଯୋଜନାରେ ୫ଲକ୍ଷ ଟଙ୍କା, ପିଲାଙ୍କ ମାନଙ୍କ ଉଚ୍ଚ ଶିକ୍ଷା ବ୍ୟବସ୍ଥା , ଲାଇସେନ୍ସ ପାଇଁ ୧୫ ହଜାର ଟଙ୍କା ହଟାଯାଇ କମ ମୂଲ୍ୟାଙ୍କନ ଧାର୍ଯ୍ୟ (ଗରିବ ଶ୍ରେଣୀର ଡ୍ରାଇଭର) ଏବଂ ଡ୍ରାଇଭର ମାନଙ୍କୁ ଦ୍ଵିତୀୟ ସୈନିକ ମାନ୍ୟତା ବୋଳି ଦାବୀ ସମୂହ ପୂରଣ ପାଇଁ ସଂଘ ପକ୍ଷରୁ କୁହାଯାଇଛି। ଦାବୀ ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ବବୁଲ ସାହୁ, ପ୍ରସନ୍ନ ଛତାଇ, ସୁଶାନ୍ତ ଗୋଡ଼,ପ୍ରଫୁଲ୍ଲ ସାହୁ,ବିଶ୍ଵନାଥ ପ୍ରଧାନ,ସୁରେନ୍ଦ୍ର ତରାଇ,ଯୋଗେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଗଞ୍ଜାମ ଆଇଆଇସି ସନ୍ତୋଷ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ଜଗିରହିଥିଲେ।