୯ ଦିନରେ ଗଞ୍ଜାମ ପୋଲିସ୍ ପକ୍ଷରୁ ୧୬୨ ଟି ଜୁଆ ଆଡ୍ଡା ଉପରେ ଚଢାଉ
ଛତ୍ରପୁର, (ଦେବଦତ୍ତ ମହାରଣା):ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ସ୍ୱତନ୍ତ୍ର ଡ୍ରାଇଭ କରାଯାଇ ବିଭିନ୍ନ ଜୁଆ ଆଡ୍ଡା ଗୁଡିକ ଉପରେ ଚଢାଉ କରାଯାଇଥିଲା । ପରମ୍ପରା ଆଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଗଞ୍ଜାମ ଏସପି ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଗତ ୧ ତାରିଖ ଠାରୁ ୯ ତାରିଖ ସୁଦ୍ଧା ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ୧୬୨ ଟି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୨୭ ଲକ୍ଷ୨୯ ହଜାର ୨୪୦ ଟଙ୍କା ଜବତ କରାଯାଇଛି । ସେହିପରି ୮୮୨ ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ପୋଲିସ୍ ମୁଖ୍ୟାଳୟରୁ ସୂଚନା ମିଳିଛି ।