୯ ଦିନ ଧରି ଜାକ୍ ଜମକରେ ଚାଲିଥିବା ବ୍ରାହ୍ମଣ ସୀତାପୁର ଗ୍ରମଦେବୀଙ୍କ ଯାତ୍ରା ଉଦ୍ଯାପିତ

ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା)-ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ବ୍ରାହ୍ମଣ ସୀତାପୁର ଗ୍ରାମରେ ଗତ ୯ ଦିନ ଧରି ପ୍ରବଳ ଉତ୍ସାହ,ଉଦ୍ଦୀପନା ଓ ଜାକ ଜମକରେ ଆୟୋଜିତ ଗ୍ରାମଦେବୀଙ୍କ ଯାତ୍ରା ମଙ୍ଗଳବାର ମଧ୍ୟରାତ୍ରରେ ଉଦ୍ଯାପିତ ହୋଇଯାଇଛି । ଗତ୨୭ ତାରିଖ ଠାରୁ ଗ୍ରାମଦେବୀ ଯାତ୍ରା ବ୍ରାହ୍ମଣ ସୀତାପୁର ଗ୍ରାମରେ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ୫ ବର୍ଷରେ ଥରେ ଏହି ଯାତ୍ରା ଏଠାରେ ଅନୁଷ୍ଠିତ ହୁଏ । ତେଣୁ ଏହି ଯାତ୍ରାରେ ଯୋଗ ଦେବା ପଇଁ ଗ୍ରାମର ପରିବାର ବର୍ଗ ଯେଉଁ ସ୍ଥାନରେ ଥିଲେ ମଧ୍ୟ ଏଠାକୁ ଆସି ଏକତ୍ରୀତ ହୁଅନ୍ତି । ୯ଦିନ ୯ରାତ୍ର ବ୍ୟାପି ଗ୍ରାମଦେବୀ ଯାତ୍ରାକୁ ଅତ୍ୟନ୍ତ ନିଷ୍ଠାର ସହ ବିଭିନ୍ନ ଆଲୋକ ସାଜସଜ୍ଜାର ଆକର୍ଷଣରେ ମହାସ ଆଡମ୍ବରରେ ପାଳିତ କରାଯାଇଥିଲା । ପ୍ରତ୍ୟେକ ରାତ୍ରରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗ୍ରାମର ଛୋଟରୁ ବଡ ପର୍ଯନ୍ତ ଅନେକ ବିଭିନ୍ନ ବେଶରେ ସଜ୍ଜିତ ହୋଇ ପରିବେଷଣ କରବା ଏହି ଯାତ୍ରାର ଅନ୍ୟତମ ଆକର୍ଷଣ ଥିଲା । ଗତ କାଲି ମଙ୍ଗଳବାର ମଧ୍ୟରାତ୍ରରେ ଗ୍ରାମଦେବୀ ଯାତ୍ରାର ଉଦ୍ଯାପନ ହେବା ସହ ମାଁଙ୍କ ଘଟକୁ ବିସର୍ଜ୍ଜନ କରାଯାଇଥିଲା । ଯାତ୍ରା ପାଳନ କମିଟିର ସଭାପତି ସତ୍ୟନାରାୟଣ ଭୁକ୍ତା,ସମ୍ପାଦକ ସନ୍ତୋଷ କୁମାର ବରାଡ,କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ପଣ୍ଡାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏହି ଯାତ୍ରାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ