୯ ନମ୍ବର ୱାର୍ଡ଼ର ୨ରାସ୍ତା ନବୀକରଣ ପ୍ରକଳ୍ପ ଶିଳାନ୍ୟାସ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ପୌର ପରିଷଦ ଗଠନ ପରେ ଏବେ ସ୍ଥାନୀୟ ସମସ୍ୟା ତଥା ରାସ୍ତାଘାଟ ନିର୍ମାଣ ଓ ଡ୍ରେନ ବ୍ୟବସ୍ଥା ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ପୌରପାଳିକା ଅନ୍ତର୍ଗତ ୯ନମ୍ବର ୱାର୍ଡ ରେ ଦୁଇଟି ରାସ୍ତାର ଆଜି ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି ।କରାଯାଇଛି । ପୌରାଧ୍ୟକ୍ଷା ସବିତା ସାହୁ ଦୁଇ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ସହ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ପାଇଁ ଅଧିକାରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ କାଉନସିଲର ସଞ୍ଜୀବ ଦାସ ଏଥିରେ ଉପସ୍ଥିତ ରହି ନିର୍ବାଚନ ସମୟରେ ୱାର୍ଡ଼ବାସିନ୍ଦାଙ୍କ ପକ୍ଷରୁ ଥିବା ବିଭିନ୍ନ ଦାବି ଅନୁସାରେ ଏବେ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା କହିଥିଲେ । ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟର ଗୁଣବତା ରକ୍ଷା ସାଙ୍ଗକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ପାଇଁ ସେ ପ୍ରଚେଷ୍ଟା କରିବେ ବୋଲି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ପ୍ରଧାନ, ସନ୍ତୋଷ କୁମାର ସିଂ, ନିରଞ୍ଜନ କୁମାର କର, ସନ୍ତୋଷ ସାହୁ, ପିଂଟୁୁ ପାଣିଗ୍ରାହୀ, ସୁବ୍ରତ କର, ଶରତ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ପୌରାଧ୍ୟକ୍ଷା ଓ ସ୍ଥାନୀୟ କାଉନସିଲରଙ୍କୁ କୃତଜ୍ଞତା ଜଣାଇଥିଲେ । ୯ନଂ ୱାର୍ଡରେ ଗମନାଗମନ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ଜନସାଧାରଣ ଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଥିବା ବେଳେ ଆଗାମୀ ଦିନରେ ମଧ୍ୟ ଅନ୍ୟାନ୍ୟ ସମସ୍ୟା ସମାଧାନ ହେବ ବୋଲି ସେମାନେ ଆଶାପ୍ରକାଶ କରିଥିଲେ । ୯ନଂ ୱାର୍ଡ ଅନ୍ତର୍ଗତ ପଢୁଆଁପଦା ଅଂଚଳର ପିଡବ୍ଲୁଡି କଲୋନୀ ପାର୍ଶ୍ୱ ଡକ୍ଟର ବିଜୟ ପଣ୍ଡାଙ୍କ ଘର ଠାରୁ ଫାଲଗୁନୀ ମହାପାତ୍ରଙ୍କ ଘର ପର୍ଯ୍ୟନ୍ତ ୨୬୫ ମିଟର ଲମ୍ବର ପିଚୁ ରାସ୍ତା ସହ ନାଳ ନିର୍ମାଣ ପାଇଁ ୧୦ଲକ୍ଷ ୯୬ହଜାର ୭୯୮ ଟଙ୍କା ଏବଂ ପ୍ରଗତିନଗରର ନିହାରିକା ମହାନ୍ତିଙ୍କ ଘର ଠାରୁ ବ୍ରଜମୋହନ ଦାସଙ୍କ ଘର ଦେଇ ମଧୁମିତା ପ୍ରଧାନଙ୍କ ଘର ପର୍ଯ୍ୟନ୍ତ ୧୩୫ ମିଟର ଲମ୍ବର କଂକ୍ରିଟ ରାସ୍ତା ସହ ନାଳ ନିର୍ମାଣ ପାଇଁ ୧୪ ଲକ୍ଷ ୫୩ହଜାର ୬୦୦ ଟଙ୍କା ମଞ୍ଜୁର କରାଯାଇଥିବା ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି । ପୌରପାଳିକା କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ବେହେରା, ଯୁବ ସଂଗଠନ ଭାଗବତ ସାହୁ, କାଉନସିଲର ଦେବାଶିଷ ସିଂ, ସତ୍ୟେନ୍ଦ୍ର ଦାସ, ତରୁଣ ରାଉତ, ଜିତେନ୍ଦ୍ର ଦାସ, ବାଦଲ କୁମାର ବେହେରା, ଶେଖ ଦିଲଦାର ହୁସେନ ପ୍ରମୁଖ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ