୯ ରେ ବାଲେଶ୍ୱର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ବାଲେଶ୍ୱର ସାଂସଦ ତଥା ମୋଦି ସରକାରରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପ୍ରାଣୀ ସମ୍ପଦ ଏବଂ ମତ୍ସ୍ୟ ଓ ପଶୁପାଳନ ରାଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆସନ୍ତା ୯ ତାରିଖରେ ବାଲେଶ୍ୱର ଠାରେ ପହଞ୍ôଚବେ । ବାଲେଶ୍ୱରର କୁରୁଡା ଛକ ଠାରେ ଦିବା ୧୧.୪୦ ମିନିଟ ସମୟରେ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ଆସି ଗାନ୍ଧୀସ୍ମୃତି ଭବନ ଠାରେ ପହଞ୍ôଚବେ । ସେଠାରେ ଜିଲ୍ଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ । ଉକ୍ତ ସଭାରେ ଶ୍ରୀ ଷଡଙ୍ଗୀ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବେ । ତାପରେ ଶୋଭାରାମପୁର ସ୍ଥିତ ପି.ଏଚ୍.ସି ସେଣ୍ଟରକୁ ଉଦଘାଟନ କରିବେ । ଦିବା ୨.୩୦ ମିନିଟରେ ଜିଲ୍ଲାପାଳ କକ୍ଷରେ ଏକ ରିଭ୍ୟୁ ମିଟିଙ୍ଗରେ ଭାଗନେବେ । ତତପରେ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ଠାରେ ନାଗରିକ ସମ୍ବର୍ଦ୍ଧନା ଦିଆଯିବ । ଉକ୍ତ କାର୍ଯ୍ୟକ୍ରମରେ ସଦର ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ନିଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ବଡସାହି ବିଧାୟକ ସନାତନ ବିଜୁଳି ଉପସ୍ଥିତ ରହିବେ । ଉକ୍ତ କାର୍ଯ୍ୟକ୍ରମ ମାନଙ୍କରେ ବହୁ ସଂଖ୍ୟକ ଲୋକ ଯୋଗ ଦେବାକୁ ଏକ ଲିଖିତ ପ୍ରେସ ବିଜ୍ଞପ୍ତିରେ ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ ଅନୁରୋଧ କରିଛନ୍ତି ।