୰ ସୁଲୋଚନା ରାଉତଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠାତା ସଂପାଦକ ତଥା ବହୁ ସାମାଜିକ ସଂଗଠନର ବରିଷ୍ଠ ସଦସ୍ୟ ଭଗବାନ ରାଉତଙ୍କ ଧର୍ମପତ୍ନୀ ସୁଲୋଚନା ରାଉତଙ୍କ ଦେହାନ୍ତରେ ଏକାଦଶାହ ସନ୍ଧ୍ୟାରେ ଶ୍ରୀ ରାଉତଙ୍କ ପଳାସପୁରସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କୃଷି ବୈଜ୍ଞାନିକ ଡ. କେଶବ ଚରଣ ପଣ୍ଡା ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ସ୍ୱର୍ଗତା ରାଉତଙ୍କ ସ୍ମୃତିଚାରଣ କରି, ସେ ଜଣେ ଧର୍ମପ୍ରାଣ ତଥା ଆଦର୍ଶ ଗୃହିଣୀ ଭାବେ ପରିବାରରେ ଓ ସ୍ଥାନୀୟ ଅଞ୍ଚଳରେ ଅତ୍ୟନ୍ତ ପ୍ରିୟଭାଜନ ଥିଲେ । ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାପାଇଁ ସେ ସହାୟତା ପ୍ରଦାନ କରିବା ସହ କ୍ରିୟାନୁଷ୍ଠାନ କମିଟିର ପୃଷ୍ଠପୋଷକ ସଦସ୍ୟତା ପାଇଁ ଏକଲକ୍ଷ ଟଙ୍କା ପରିବାର ପକ୍ଷରୁ ପ୍ରଦାନ କରିଥିଲେ । ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିରଞ୍ଜନ ପରିଡ଼ା, ପ୍ରଦୀପ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ବିଧାନ ଚନ୍ଦ୍ର ରାୟ, ଯୋଗେନ୍ଦ୍ର ମାହାର୍ଣ୍ଣା, ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଦାମୋଦର ନାୟକ ଓ ଶ୍ୟାମସୁନ୍ଦର ଜେନା, ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ, ‘ସହାୟକ’ ପକ୍ଷରୁ ଶ୍ୟାମସୁନ୍ଦର ଜେନା, ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟାପକ ଶଶିଭୂଷଣ କର ଓ ଜଗତାନନ୍ଦ ବିଶ୍ୱାଳ, ସରପଞ୍ଚ ମଞ୍ଜୁଲତା ଆଚାର୍ଯ୍ୟଙ୍କ ସମେତ ରବିନ୍ଦ୍ର ସାମଲ ଓ ସାମ୍ବାଦିକ ରବି ପାଣିଗ୍ରାହୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ସ୍ୱର୍ଗତା ସୁଲୋଚନା ଅନ୍ୟ ମହିଳାମାନଙ୍କ ପାଇଁ ଆଦର୍ଶ ହୋଇ ରହିବେ ବୋଲି ମତ ପ୍ରଦାନ କରିଥିଲେ । ଶ୍ରୀମତୀ ରାଉତଙ୍କ ଫଟୋଚିତ୍ରରେ ଉପସ୍ଥିତମାନେ ପୁଷ୍ପପ୍ରଦାନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ବଙ୍କବିହାରୀ ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ