ୱ।ଗନ ପେକିଂ କୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ
ଯୋଡା,(ସମୀର କୁମାର ଦାସ): ଗତକାଲି ବିଳମ୍ବିତ ରାତିରେ ବାଂଶପାଣି ଠାରେ ୱ।ଗନ ପେକିଂକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ ଦୁଇ ଗୋଷ୍ଠିର ଲୋକ ରକ୍ତାତ ହୋଇ ୫ଜଣ ଯୁବକ ଯୋଡା କେନ୍ଦ୍ରୀୟ ଚିକିତ୍ସାଳରେ ଚିକିତ୍ସିତ ହୋଉଛନ୍ତି । ତେବେ ଉଭୟ ପକ୍ଷରୁ ଏକାଧିକ ଆହତ ହୋଇଥିବାବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ହୋଇନାହିଁ । ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାର ସଂପୃକ୍ତ ଅପରାଧୀମାନେ ଫେରାର ଥିବାବେଳେ ପୋଲିସ ଏମାନଙ୍କର ଟେର ପାଉନାହିଁ । ଅପରାଧୀ ମାନଙ୍କ ବିଷୟରେ ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛନ୍ତି |


