ୱାଟରୀ ହ୍ୱିଲଚେୟାର୍:ସୁଇମ୍ ବ୍ଲାଡର୍ ଡିଜଅର୍ଡର ଥିବା ମାଛ ଭଲ ଭାବେ ପହଁରିପାରିବେ
ସୁଇମ୍ ବ୍ଲାଡର୍ ଡିଜଅର୍ଡର ଥିବା ମାଛ ଭଲ ଭାବେ ପହଁରିପାରିବେ ଦକ୍ଷିଣ କୋରିଆର ହେନରୀ କିମ୍ ହେଉଛନ୍ତି ଜଣେ ପ୍ରାଣୀପ୍ରେମୀ । ସେ ଘରେ ୨୦ଟି ଗୋଲ୍ଡ ଫିଶ୍ ପେଟ୍ ଭାବେ ରଖିଛନ୍ତି । ତେବେ ସେହି ମାଛଙ୍କୁ ନିକଟରେ ସୁଇମ୍ ବ୍ଲାଡର୍ ଡିଜଅର୍ଡର ହୋଇଗଲା । ଫଳରେ ସେଥିରୁ କିଛି ମାଛ ମରିଗଲେ । ଉକ୍ତ ରୋଗରେ ମାଛମାନଙ୍କୁ ପହଁରିବାରେ ସମସ୍ୟା ସୃଷ୍ଟି ହୁଏ । ଫଳରେ ମାଛ ବୁଡି ମରିଯାଆନ୍ତି । ମାଛଙ୍କର ଏଭଳି ଦଶା ଦେଖି ହେନରୀ ତିଆରି କଲେ ଏମିତି ଏକ ଯନ୍ତ୍ର, ଯାହାକି ସେମାନଙ୍କୁ ପହଁରିବାରେ ସାହାଯ୍ୟ କରିବ । ଫଳରେ ସେମାନେ ଆଗଭଳି ପହଁରିପାରିବେ ଓ ବୁଡି ମରିବେ ନାହିଁ । ଏହି ଯନ୍ତ୍ରକୁ ସେ କହିଲେ ୱାଟରୀ ହ୍ୱିଲଚେୟାର୍ । ଏବେ ଏହି ହ୍ୱିଲଚେୟାର ସାହାଯ୍ୟରେ ମାଛଗୁଡିକ ବେଶ୍ ଭଲ ଭାବେ ପହଁରିପାରୁଛନ୍ତି ।


