ୱାଡ ନମ୍ବର ୧,୨ ଓ ୩ ରେ ଜାଗା ସମ୍ପର୍କ ମେଳା ଆୟୋଜିତ ହୋଇଯାଇଛି     

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ପାରଳାଖେମୁଣ୍ଡି ସ୍ଥିତ ୧ ନମ୍ବର ୱାଡ ର ପରିଚୟ ଗୃହ ଠାରେ ତିନଟି ୱାଡ ତଥା ୧,୨ ଓ ୩ ନମ୍ବର ୱାଡ ର ବସ୍ତି କୁ ନେଇ ଏକ ଜାଗା ସମ୍ପକ ମେଳା ଆୟୋଜିତ ହୋଇଥିଲା । ଏହି ମେଳା ର ମୁଖ୍ୟ ଉଦେଶ୍ୟ ବସ୍ତି ଗୁଡିକର କିଭଳି ବିକାଶ ହେବ ସେନେଇ ମେଳା ଆୟୋଜିତ କରାଯାଇଥିଲା । ମୁଖ୍ୟତଃ ବସ୍ତି ଗୁଡ଼ିକ ରେ ନାଳ, ରାସ୍ତା, ଘରୋଇ ବିଦ୍ୟୁତକରଣ, ଶୌଚାଳୟ, ବସ୍ତିଅଞ୍ଚଳ ରେ ଛୋଟ ଛୁଆ ମାନଙ୍କ ପାଇଁ ପାର୍କ ସହ ଅନେକ ବିକାଶମୂଳକ କାର୍ଯ୍ୟ କରିବାପାଇଁ ଏହି ମେଳା ଆୟୋଜିତ କରାଯାଇଥିଲା । ଏହି ମେଳା ଅବସରରେ ବସ୍ତି ଉର୍ଣ୍ଣୟନ ର ସଭାପତି କୃଷ୍ଣ କୁମାର ବେହେରା ସହ ଆଉ ଦୁଇ ଜଣ ସଭାପତି ସହ ଏକ ଚୁକ୍ତିନାମା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୌରପରିସଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମାଝୀ ସହ DRDA ର ସଂଯୋକ ବି ସନ୍ଦୀପ କୁମାର, ମୁକ୍ତା ଟିମ ର ସଦସ୍ୟ, CO ଇନ୍ଦିରା ଗୌଡ଼, ଉଜଲତା ସ୍ୱଲସିଙ୍ଗ, ରଶ୍ମିତା ନାୟକ କାଉଁସଲର ପି ଆମୁଲଆମା, ଝାଂସି ଦେବୀ ସହ ବସ୍ତିଅଞ୍ଚଳ ର  ସମସ୍ତ ମା ମାନେ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ