ୱାନଣ୍ଡ୍ରେଲା କିଡ୍ସପ୍ଲେ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୱାନଣ୍ଡ୍ରେଲା କିଡ୍ ସ୍ ପ୍ଲେ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଶୋକ ମିଶ୍ର, ଗୁରୁ ରଘୁନାଥ ପାତ୍ର, ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।ଏହି ବାର୍ଷିକ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ପ୍ରିନ୍ସ ଡ୍ୟାନସ ଗ୍ରୁପର ନିର୍ଦ୍ଦେଶକ କ୍ରୀଷ୍ଣ। ମୋହନ ରେଡ୍ଡୀ, ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବ କୁ ଉଦଘାଟିତ କରିଥିଲେ।ବହୁତ କମ ସମୟ ମଧ୍ୟରେ ସ୍କୁଲ ଜନ ଆଦୃତ ହୋଇ ପାରିଥିଲା ଏକ ଗୌରବର ବିଷୟ ହୋଇ ଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ।ସ୍କୁଲର ବାର୍ଷିକ କାର୍ଯ୍ୟ।ବଳୀକୁ ଅଧ୍ୟକ୍ଷା ରଶ୍ମିତା ପଟ୍ଟନାୟକ ଏକ ସୁନ୍ଦର ଭିଡିଓ ମାଧ୍ୟମରେ ଉପସ୍ଥାପନା କରିଥିଲେ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ କୁନି କୁନି ପିଲା ମାନଙ୍କ ନୃତ୍ୟ ପ୍ରତିଭା ଅତ୍ୟନ୍ତ ଉଚ୍ଚ କୋଟିର । ପିଲା ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା କୁନି ପ୍ରତିଭା ସାଇ ସ୍ୱରୂପ ଓ ତାପସୀ ଅତି ସୁନ୍ଦର ଭାବରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସ୍କୁଲର ନିର୍ଦ୍ଦେଶକ ମନୋଜ କର, ଲିନା କର,,ସ୍ୱାଗତିକା ମିଶ୍ର, ରବି କୁମାର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।