ୱାନ ଷ୍ଟପ ସେଣ୍ଟର ତରଫରୁ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନ ଓ ଆଇଏସଆରଡି ସଖୀ ୱାନ ଷ୍ଟପ ସେଣ୍ଟର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଐଏସଆରଡି ର ଉପ ନିର୍ଦେଶକ ନାଗେଶ୍ଵର ଚୌଧୁରୀ ମଞ୍ଚାସୀନ ଅତତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ | ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ମଉଜାମଣି ନାୟକ ଅଧ୍ୟକ୍ଷତା କରିଥିଲେ | ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ ଗଜପତି ଯୋଗଦେଇ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମୌଜାମଣି ନାୟକ ଯୌତୁକ ନିର୍ଯାତନା କିପରି ରୋକାଯାଇପାରିବ ଏବଂ ତାହାର ନିୟମବଳୀ ବିଷୟରେ ସୁଚାଇ ଥିଲେ | ମୁଖ୍ୟ ବକ୍ତା ଶିବାନୀ ପାଣିଗ୍ରାହୀ ଜିଲ୍ଲା ସଞ୍ଜୋଜିକା ଓଏଲଏମ (ସ୍ଵୟଂ ପ୍ରକଳ୍ପ) ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳି ଲେ ଯାଇ ସମାଜର ଉନ୍ନତି ହୋଇପାରିବ ବୋଲି ଜଣାଇଥିଲେ ଏବଂ ମହିଳା ମାନଙ୍କ ପ୍ରତି ଘଟୁଥିବା ୪ ପ୍ରକାରର ହିଂସା ବିଷୟରେ ଅବଗତ କରାଇଥିଲେ ତତ ସହିତ PC & PNDT Act ବିଷୟରେ ବୁଝାଇଇଥିଲେ | ଆଇଏସଆରଡ଼ି ର ନିର୍ଦେଶକ ଶ୍ରୀଯୁକ୍ତ ସୁଧୀର ସାବତ ବାଲ୍ୟ ବିବାହ ନିଷେଧ ଆଇନ ଏବଂ ସାଇବର କ୍ରାଇମ ବିଷୟରେ ଉଦାହରଣ ମାଧ୍ୟମରେ ସୁଚାଇଥିଲେ | ଜିଲା ଶିଶୁ ସୁରକ୍ଷ୍ୟା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଜିଲ୍ଲାରେ ହେଉଥିବା ମହିଳା ଚାଲାଣ ବିଷୟରେ ଅବଗତ କରାଇଥିଲେ, ତତ ସହିତ ଜିଲ୍ଲାରେ ରହିଥିବା ନିର୍ଜ୍ୟାତିତା ମହିଳା ଓ ବାଳିକା ମାନଙ୍କ ସୁରକ୍ଷ୍ୟା ନିମନ୍ତେ ୱାନ ଷ୍ଟପ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ପ୍ରଶଂସିତ କରିଥିଲେ | ଜିଲ୍ଲାପାଳ ଗଜପତି ଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ସଚେତନତା ରଥ ଉଦଘାଟନ କରି ମହିଳା ଓ ବାଳିକା ମାନଙ୍କ ହିଂସା ଦୂରୀକରଣ ନେଇ ସ୍ଲୋଗାନ ମାଧ୍ୟମରେ ସଚେତନ କରଯାଇଥିଲା | ସୁପରଭାଇଜର,ଅଙ୍ଗନବାଡି କର୍ମୀ , SHG ମହିଳା,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , କିଶୋରୀ ବାଳିକା ୱାନ ଷ୍ଟପକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ଙ୍କୁ ନେଇ ଏକ human chain କରା ଯାଇଥିଲା | ଏହି ସମସ୍ତ କାର୍ଜ୍ୟକ୍ରମଟିକୁ ସଖି କେନ୍ଦ୍ର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ପରିଚାଳନା କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ୟାଳୟର ବରିଷ୍ଠ ସୁପର ଭାଇଜର ଶ୍ରୀମତୀ ସାରଳା ପାତ୍ର ସହଯୋଗ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ୱାନ ଷ୍ଟପ କେନ୍ଦ୍ରର ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ, ମଧୁସ୍ମିତା ପାଢୀ, ସୁନିତା ବେହେରା, ସ୍ଵାଗତିକା ଦାସ, ମୋନାଲିସା ବେହେରା, ନିରୂପମା ଜେନା, ଦିବ୍ୟ କୁମାର ସୁଆର,ହରିକୃଷ୍ଣ ଚୌଧୁରୀ, ଟି.ସୁରେଶ କୁମାର ତଥା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ କ୍ରମଟିକୁ ସାଫଲ୍ଯ କରିଥିଲେ |ପରିଶେସରେ ଜିଲା ମହିଳା ସୁରକ୍ଷ୍ୟା ଅଧିକାରୀ କେ. ସୁନିତା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ