ୱାରେଣ୍ଟ ବଳରେ ଦୁଇ ଜଣ କୋର୍ଟ ଚାଲାଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ୱାରେଟ ବଳରେ ଦୁଇଜଣ ଅପରାଧୀ ଙ୍କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଅଭିଯୁକ୍ତ ୨ ଜଣ ହେଲେ ପାଟପୁର ଥାନା ଅନ୍ତର୍ଗତ ପାଳାସପୁର ନିକଟସ୍ଥ ଇନ୍ଦିରା ଆବାସ ରେ ରହୁଥିବା ରୋହିତ ଦାସ,ଟୁକୁନା ଦାସ ପିତା ବିଭୀଷଣ ଦାସ ଗଣ୍ଡଗୋଳ ମାରପିଟ୍ ଅଭିଯୋଗ ରେ ପାଟପୁର ଥାନା କେସ ନମ୍ୱର୍ ୫/୫୮/୨୩ ରେ ମାମଲା ରୁଜୁ ହୋଇଥିବା ବେଳେ ୨ ଜଣ ୪ ମାସ ହେବ ଫେରାର ଥିଲେ। ପୋଲିସ ଖବର ପାଇ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।