ୱାରେ ଏନର୍ଜିସ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତରେ ସୋଲାର ପିଭି ମଡ୍ୟୁଲ୍‌ର ସର୍ବବୃହତ ନିର୍ମାତା ୱାରେ ଏନର୍ଜିସ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।କଂପାନି ଇନିସିଆଲ୍ ପବ୍ଲିକ୍ ଅଫର ଜରିଆରେ ୩,୦୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବାକୁ ଥିବା ବେଳେ ଅଫର ଫର ସେଲ୍‌ରେ ୩,୨୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ ।ଏହି ଅଫର ଫର ସେଲ୍‌ରେ ୱାରେ ସଷ୍ଟେନେବଲ୍ ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ (ପୂର୍ବରୁ ମହାବୀର ଥର୍ମୋଇକ୍ୱିପ୍ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଜଣାଶୁଣା) ଦ୍ୱାରା ୨,୭୦୦,୦୦୦ ଇକ୍ୱିଟି ସେୟାର, ଚାନ୍ଦୁରକର ଇନଭେଷ୍ଟମେଂଟ୍‌ସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ୪,୫୦,୦୦୦ ଇକ୍ୱିଟି ସେୟାର ଏବଂ ସମୀର ସୁରେନ୍ଦ୍ର ଶାହାଙ୍କ ଦ୍ୱାରା ୫୦,୦୦୦ଇକ୍ୱିଟି ସେୟାର ରହିଛି ।ଓଡ଼ିଶାରେ ୬ ଗିଗାୱାଟ୍ ଇନ୍‌ଗଟ୍ ୱେଫର, ସୋଲାର ସେଲ୍ ଏବଂ ସୋଲାର ପିଭି ମଡ୍ୟୁଲ୍ ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ ଓ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ କଂପାନି ପ୍ରସ୍ତାବ ରଖିଛି ।ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ କ୍ୟାପିଟାଲ ଲିମିଟେଡ୍‌, ଆଇଆଇଏଫଏଲ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଫରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ନୋମୁରା ଫାଇନାନ୍ସିଆଲ୍ ଆଡଭାଇଜରି ଆଣ୍ଡ ୍ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌, ଏସ୍ ବିଆଇ କ୍ୟାପିଟାଲ୍ ମାର୍କେଟ୍ସ୍ ଲିମିଟେଡ୍‌, ଇନ୍େଟନ୍ସିଭ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆଇଟିଆଇ କ୍ୟାପିଟାଲ ଲିମିଟେଡ୍ ।ବଜାରରେ ଗୁଣାତ୍ମକ, ଶସ୍ତା ସ୍ଥାୟୀ ଶକ୍ତି ସମାଧାନ ପ୍ରଦାନ କରିବା ଏବଂ ନିରନ୍ତର ଶକ୍ତିର ମାର୍ଗ ପ୍ରଶସ୍ତ କରିବା ଉଦ୍ଦେଶ୍ୟରେ ସୌର ପିଭି ମଡ୍ୟୁଲ୍ ଉତ୍ପାଦନ ଉପରେ ଧ୍ୟାନ କେନ୍ଦ୍ରିତ କରି ୱାରେ ଏନର୍ଜିସ୍ ଲିମିଟେଡ୍ ୨୦୦୭ରେ କାର୍ଯ୍ୟ ଆରମ୍ଭ କରିଥିଲା । ଆଜି, କମ୍ପାନି ଭାରତରେ ସୌର ପିଭି ମଡ୍ୟୁଲର ସର୍ବବୃହତ ଉତ୍ପାଦନକାରୀ ଯାହାର , ଜୁନ୍ ୩୦, ୨୦୨୩ ସୁଦ୍ଧା ସମୁଦାୟ ୧୨ ଗିଗାୱାଟ କ୍ଷମତା ରହିଛି । ୨୦୨୩ ଆର୍ôଥକ ବର୍ଷ ପାଇଁ କମ୍ପାନିର ଭାରତର ସମସ୍ତ ଘରୋଇ ସୌର ପିଭି ମଡ୍ୟୁଲ୍ ନିର୍ମାତାମାନଙ୍କ ମଧ୍ୟରେ ଦ୍ୱିତୀୟ ଶ୍ରେଷ୍ଠ ପରିଚାଳନା ଆୟ ଥିଲା । ସୌର ଶକ୍ତି ଉତ୍ପାଦର ପୋର୍ଟଫୋଲିଓରେ ଥିବା ପିଭି ମଡ୍ୟୁଲ୍‌ଗୁଡ଼ିକ ହେଉଛି ମଲ୍ଟିକ୍ରିଷ୍ଟଲାଇନ୍ ମଡ୍ୟୁଲ୍‌; ମୋନୋକ୍ରିଷ୍ଟଲାଇନ୍ ମଡ୍ୟୁଲ୍‌; ଟପ୍କନ୍ ମଡ୍ୟୁଲ୍‌, ଯେଉଁଥିରେ ନମନୀୟ ମଡ୍ୟୁଲ୍ ଅନ୍ତର୍ଭୁକ୍ତ ଯେଉଁଥିରେ ବାଇଫେସିଆଲ୍ ମଡ୍ୟୁଲ୍ (ମୋନୋ ପିଆରସି) (ଫ୍ରେମ ଏବଂ ଅଣଫ୍ରେମଡ୍‌) ଏବଂ ସମନ୍ୱିତ ଫଟୋ ଭୋଲ୍ଟାଇକ୍ (ବିଆଇପିଭି) ମଡ୍ୟୁଲ୍ ନିର୍ମାଣ ଅନ୍ତର୍ଭୁକ୍ତ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ