ୱାର୍ଡସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ
ନୟାହାଟ (ଯୁଗାବ୍ଦ ନ୍ୟୁଜ୍): ଜଣେ ନିର୍ବାଚିତ ୱାର୍ଡସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନୟାହାଟ ଫାଣ୍ଡିରେ ଶନିବରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ସୋରଭା ପଞ୍ଚାୟତର ପାଇକସାହି ଗ୍ରାମର ୱାର୍ଡସଭ୍ୟ ନିର୍ଭୟ ନାୟକଙ୍କୁ ସେହି ଗ୍ରାମର ଯୁବକ ରାକେଶ ଲେଙ୍କା ଦେସୁଣ୍ଠିଛକଠାରେ ଏକ ଲୁହାରଡ଼ରେ ଆକ୍ରମଣ କରିଥିଲେ । ଏଥିରେ ନିର୍ଭୟଙ୍କ ଡାହାଣ ଗୋଡ଼ ଫାଟିଯାଇଛି । ତେବେ ଆକ୍ରମଣର କାରଣ ଜଣାପଡ଼ି ନଥିବାବେଳେ ଫାଣ୍ଡି ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଆହତ ନିର୍ଭୟଙ୍କୁ ଚାରିଛକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


