ୱାର୍ଡୱିଜାର୍ଡ ଇନୋଭେସନ୍ସ ପକ୍ଷରୁ ୨୦୨୩ ଡିସେମ୍ବରରେ ୩,୫୪୩ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଗ୍ରାହାକଙ୍କୁ ହସ୍ତାନ୍ତର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜୟ ଇ-ବାଇକ୍ ବ୍ରାଣ୍ଡ୍‌ରେ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍‌ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୩ ଡିସେମ୍ବରରେ ୩୫୪୩ଟି ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଗ୍ରାହାକଙ୍କୁ ହସ୍ତାନ୍ତର କରାଯାଇଛି ।୨୦୨୩ ନଭେମ୍ବରରେ କଂପାନି ୨,୫୬୩ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଗ୍ରାହାକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ତାହା ତୁଳନାରେ କଂପାନି ୩୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଉଲ୍ଲେଖଯୋଗ୍ୟ, କଂପାନି ୨୦୨୩ କ୍ୟାଲେଣ୍ଡର ବର୍ଷ (ଜାନୁୟାରିରୁ ଡିସେମ୍ବର ପର୍ଯ୍ୟନ୍ତ)ରେ ୨୩,୯୨୬ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରିଛି ।କଂପାନିର ଉତ୍ପାଦ ପ୍ରତି ପ୍ରବଳ ଚାହିଦା ଥିବା ବେଳେ ସାରା ଦେଶରେ ସ୍ଥାପନ କରାଯାଇଥିବା ବ୍ରାଂଚ ଜରିଆରେ କଂପାନି ଚଳିତ ଆର୍ôଥକ ବର୍ଷର ପ୍ରଥମ ତିନିଟି ତ୍ରୈମାସିକରେ ୧୭,୯୧୯ଟି ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରିଛି ।ଆଗାମୀ ଭାଇବ୍ରାଂଟ୍ ଗୁଜରାଟ ବିଜନେସ୍ ସମ୍ମିଳନୀରେ କଂପାନି ଏହାର ନୂତନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବାକୁ ପ୍ରସ୍ତୁତ ରହିଛି । ଉଭୟ ବ୍ୟକ୍ତିଗତ ଓ ବ୍ୟାବସାୟିକ ଗମନାଗମନ ଆବଶ୍ୟକତା ପୂରଣ କରିବା ଭଳି ଦୁଇ ଓ ତିନି ଚକିଆ କନ୍‌ସେପ୍ଟ ଗାଡ଼ିଗୁଡ଼ିକୁ କଂପାନି ପକ୍ଷରୁ ପ୍ରଦର୍ଶିତ କରାଯିବ । ଗାନ୍ଧୀ ନଗରର ମହାତ୍ମା ମନ୍ଦିର ସ୍ଥିତ ହଲ୍‌-୨ର ଷ୍ଟଲ୍ ନଂ-୧ ଓ ଷ୍ଟଲ୍ ନଂ-୨ରେ ପରିଦର୍ଶକମାନେ ୱାର୍ଡୱାଜାର୍ଡର ପ୍ରଯୁକ୍ତିକୁ ଦେଖିପାରିବେ ।ଉଲ୍ଲେଖଯୋଗ୍ୟ, ୨୦୨୩ରେ ୱାର୍ଡୱିଜାର୍ଡ ପକ୍ଷରୁ ଏହାର ହାଇସ୍ପିଡ୍ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ମିହୋସ୍ ଏବଂ ପ୍ରଥମ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଜୟ ଇ ରିକ୍‌କୁ ଉନ୍ମୋଚନ କରାଯାଇଥିଲା ।ଦେଶରେ ନିଜ ସ୍ଥିତିକୁ ସୁଦୃଢ଼ କରିବା ଲାଗି କଂପାନି ୧୫୦ ବିତରକ ସ୍ଥାପନ କରି ଏହାର ବଂଟନ ନେଟ୍‌ୱର୍କର ସମ୍ପ୍ରସାରଣ କରୁଛି ।ଗୁଜରାଟରେ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବା ଲାଗି କଂପାନି ପକ୍ଷରୁ ଗୁଜରାଟ ସରକାରଙ୍କ ସହିତ ୨୦୦୦ କୋଟି ଟଙ୍କାର ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରାଯାଇଛି । ଏହା ବ୍ୟତୀତ ଏହି ବର୍ଷରେ କଂପାନି ଏଆଣ୍ଡ୍‌ଏସ୍ ପାୱାର ସହିତ ସହଯୋଗିତା ସ୍ଥାପନ କରିଥିବାବେଳେ ମାନୁଫାକ୍‌ଚରିଂ ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସହଯୋଗିତା ସ୍ଥାପନ କରିଛି । ଉତରପ୍ରଦେଶର ଫରିଦାବାଦରେ ଏକ ଇଭି ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବାକୁ କଂପାନି ଡୋଗ୍ରା ରେଜିମେଂଟ୍ ସହିତ ସହଯୋଗିତା ସ୍ଥାପନ କରିଥିବା ବେଳେ ଗ୍ରାମୀଣ ବିକାଶ ଓ ୟୁଏନଡିପି ସହିତ ସହବନ୍ଧିତ ହୋଇଛି । କଂପାନି ବଲିଉଡ୍ ତାରକା ଦମ୍ପତି ସୈଫ୍ ଅଲ୍ଲୀ ଖାନ୍ ଓ କରିନା କପୁରଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ସାମିଲ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ