ୱାର୍ଡ ସଭ୍ୟାଙ୍କ ପ୍ରାଥମିକ ସଦସ୍ୟ ପଦ ରଦ୍ଧ କଲା ବିଜେପି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ପୌର ନିର୍ବାଚନରେ ଜି.ଉଦୟଗିରି ୯ନମ୍ୱର ୱାର୍ଡରୁ ବିଜେପି ପ୍ରାର୍ଥୀ ଭାବେ ଲକ୍ଷ୍ମୀପ୍ରିୟା ପରିଚ୍ଛା ବିଜୟୀ ହୋଇଥିଲେ। କିନ୍ତୁ ଉପାଧ୍ୟକ୍ଷ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିଲେ ମଧ୍ୟ ଲକ୍ଷ୍ମୀପ୍ରିୟା ପରିଛା ଦଳ ବିରୋଧରେ ଯାଇ ଅନ୍ୟ ଦଳକୁ ଭୋଟ ଦେଇଥିଲେ। ଏ ସଂପର୍କରେ କୈଫତ ମଗାଯାଇ ଥିଲେ ସୁଧା ସେ ତା’ର କୌଣସି ଉତ୍ତର ଦେଇନଥିଲେ। ତେଣୁ ତାଙ୍କର ପ୍ରାଥମିକ ସଦସ୍ୟ ପଦକୁ ରଦ୍ଦ କରାଯାଇଛି ଓ ଏ ସଂପର୍କରେ ବିଜେପି ଜିଲା ସଭାପତିଙ୍କୁ ଜଣାଇଥିବା ନେଇ ଜି.ଉଦୟଗିରି ନଗର ବିଜେପି ସଭାପତି ଉଦେଶନ ପ୍ରଧାନ ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ନଗର ସାଧାରଣ ସମ୍ପାଦକ ପ୍ରଶାନ୍ତ ବଗର୍ତ୍ତୀ, ଭେଙ୍କଟ ବେହେରା ଓ ନୀଳମାଧବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


