ୱାର୍ଡ ସଭ୍ୟାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଗରଡମା ଗସ୍ତ କରି ଜିଲ୍ଲାପାଳ ଅଭିଯୋଗ ଶୁଣାଣିରୁ ଫେରୁଥିବାବେଳେ କଟାମା ପଞ୍ଚାୟତର ଜନସାଧାରଣମାନେ ଅଟକାଇ ନିଜର ପଞ୍ଚାୟତରେ ଲାଗି ରହିଥିବା ସମସ୍ୟାକୁ ସମାଧାନ ପାଇଁ ଅନୁରୋଧ କରିଥିଲେ । ଏହାର କିଛିଦିନ ପରେ ପୁଣି ଏପରି ଦୁର୍ନିତିର ଅଭିଯୋଗ ଆଣିଛନ୍ତି ୯ନଂ ୱାର୍ଡବାସୀ । ଉକ୍ତ ୱାର୍ଡର ସଭ୍ୟା ଶ୍ରୀମତି ବଲୋଚନା ମନ୍ତ୍ରୀ ୨୦୦୭ ମସିହାରେ ଓବିସି ସାର୍ଟିଫିକେଟ ଦେଖାଇ ରାଜନୀତିରେ କ୍ୟାରିଅର ଆରମ୍ଭ କରିଥିଲେ, ତେବେ ୨୦୧୨ ରେ ଏସ.ସି ସାର୍ଟିଫିକେଟ ଓ ୨୦୧୭ରେ ପୁଣି ଓବିସି ସାର୍ଟିଫିକେଟ ଦେଖାଇ ରାଜନୀତି ଚଲାଇ ଆସୁଥିଲେ । ଏପରିକି ସେ ସରକାରୀ ଟଙ୍କା ହଡପ କରିବା ସହ ବିଭିନ୍ନ ଦୁର୍ନିତି କରୁଥିବା ଯୋଗୁଁ ତାଙ୍କ ନାମରେ ୱାର୍ଡର ଜନସାଧାରଣ ଅନାସ୍ତା ପ୍ରସ୍ତାବ ଆଣି ଏକ ଲିଖିତ ଅଭିଯୋଗ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋସାଲାଙ୍କୁ ଦେଇଛନ୍ତି । ପ୍ରକାଶ ଥାଉକି , ବିଲୋଚନ ମନ୍ତ୍ରୀ ନାଏବ ସରପଞ୍ଚ ଥିବାବେଳେ ଲୋକଙ୍କୁ ଇନ୍ଦରା ଆବାସ , ଭତ୍ତା , ଏମଜିଏନଆରଇଜିଏ କାମ ଯୋଗାଇ ଦେବାପାଇଁ ୨ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇଥିଲେ । ଏପରିକି କଟାମା ଗ୍ରାମର ସ୍ମଶାନ ଘାଟରେ ଅସମ୍ପୁର୍ଣ୍ଣ ଭାବେ କର୍ଲଭଟ କରି ସମ୍ପୁର୍ଣ୍ଣ ବିଲ ଉଠାଇ ନେଇଥିବା ଅଭିଯୋଗ ମଧ୍ୟ ହୋଇଛି । ତେଣୁ ବହୁ ଦୁର୍ନିତି କରିଥିବା ଅଭିଯୋଗରେ ଏପରି ୱାର୍ଡ ମେମ୍ବର ଆବଶ୍ୟକତା ନଥିବା କହି ଉକ୍ତ ୱାର୍ଡର ଜନସାଧାରଣ ୱାର୍ଡମେମ୍ବରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ଥାବ ଜାରି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ