ୱାର୍ଡ ସଭ୍ୟ ନିଳମାଧବ ମିଶ୍ରଙ୍କ ଅକାଳ ବିୟୋଗ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ୱାର୍ଡ ସଭ୍ୟ ନିଳମାଧବ ମିଶ୍ର(୩୩)ଙ୍କର ଶୁକ୍ରବାର ଅପରାହ୍ନରେ ଅକାଳ ବିୟୋଗ ଘଟିଛି । ଗୁରବାର ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସିତ ହୋଇ ଭଦ୍ରକ ଫେରୁଥିବା ବେଳେ ରାସ୍ତାରେ ତାଙ୍କର ପରଲୋକ ଘଟିଥିଲା । ମରଶରୀର ନିଳୋକ ଗ୍ରାମରେ ପହଂଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସେଠାରେ ପହଂଚି ଶେଷ ଦର୍ଶନ କରିଥିଲେ । ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଅନ୍ତିମ ସତ୍କାର କରାଯାଇଥିଲା । ସାନ ଭାଇ ନିକୁଞ୍ଜ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପରିବାରବର୍ଗଙ୍କ ସମେତ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ସେ ଜଣେ ମେଳାପୀ, ପରୋପକାରୀ, ସ୍ପଷ୍ଟବାଦୀ, ନିର୍ଭୀକ ଯୁବକ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।