ୱାଲ୍ଡ ସ୍କିଲ୍ ଇଂଟରନ୍ୟାସନାଲ୍ କମ୍ପିଟେସନ୍ରେ ଭାରତର ଅଂଶ ଗ୍ରହଣ

ୱାଲ୍ଟ ସ୍କିଲ୍ ଇଂଟରନ୍ୟାସନାଲ୍ କମ୍ପିଟେସନ୍ରେ ୪୮ ଜଣିଆ ଭାରତୀୟ ଦଳ ଯୋଗଦେବେ । ଏହା ଅଲମ୍ପିକ୍ ସଦୃଶ ବୋଲି ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଡ.ମହେନ୍ଦ୍ରନାଥ ପାଣ୍ଡେ ସୂଚନା ଦେଇଛନ୍ତି । ୨୦୧୯୮ ଅଗଷ୍ଟ ୨୨ରୁ ୨୭ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ରୁଷିଆର କଜାନ୍ଠାରେ ଅନୁଷ୍ଠିତ ହେବ । ଭାରତ ୧୭ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳରୁ ପ୍ରତିଯୋଗୀମାନେ ଏହି ୫ ଦିନିଆ କାର୍ଯ୍ୟକ୍ରମରେ ଯୋଗଦେବେ । ଟିମ୍ ଇଣ୍ଡିଆକୁ ୧୦୦ରୁ ଅଧିକ ଅଂଶୀଦାର ତଥା କର୍ପୋରେଟ ସମର୍ଥନ କରୁଛନ୍ତି । ଭାରତ ଷଷ୍ଠ ବୃହତ୍ ଦଳ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏଥିରେ ୬୦ଟି ଦେଶର ୧,୫୦୦ରୁ ଅଧିକ ପ୍ରତିଯୋଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୫୬ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଭାରତର ୪୮ ଜଣିଆ ଦଳ ମୋବାଇଲ୍ ରବୋଟିକ୍ସ୍, ପ୍ରୋଟୋଟାଇପ୍ ମଡେଲିଂ, ହେୟାର ଡେସିଂ, ବକେିଂ, କନଫେକସନାରୀ ଏଲବଂ ପାଟିସେରିଜ୍, ୱେଲଡିଂ, ବ୍ରିକ୍ ଲାୟିଂ ଆଦି ୪୪ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ୨୦୧୭ରେ ଭାରତ ୨୮ ଜଣିଆ ଦଳ ଆବୁଧାବିଠାରେ ହୋଇଥିବା ୱାଲ୍ଡ ସ୍କିଲ୍ ଇଂଟରନ୍ୟାସେନାଲ୍ କମ୍ପିଟେସନ୍ରେ ଯୋଗ ଦେଇଥିଲେ । ଏଥିରେ ଗୋଟିଏ ସିଲଭର୍, ଗୋଟିଏ ବ୍ରୋଞ୍ଜ୍ ଏବଂ ୯ଟି ମେଡାଲେସନ୍ ଏକ୍ସଲେନ୍ସ ପୁରସ୍କାର ମିଳିଥିଲା । ଏହି ଅବସରରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ କହିଲେ, ରୁଷିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ପ୍ରତିଯୋଗୀଙ୍କୁ ମୋର ଅଭିନନ୍ଦନ । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କିଲ୍ ଇଣ୍ଡିଆ ଲକ୍ଷ୍ୟକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ମୁଁ ଅତ୍ୟନ୍ତ ଖୁସି ଯେ, ୬ ଜଣ ଝିଅ ଏହି ଦଳରେ ସାମିଲ୍ ଅଛନ୍ତି । ଏହା ଅଲିମ୍ପିକ୍ କିମ୍ବା ଏସିଆନ୍ ଗେମ୍ସ୍ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏଥିରେ କେରଳର ମାଲାପୁରମ୍ର ୨୨ ବର୍ଷ ବୟସ୍କ ମହମ୍ମଦ ରବିଥ୍ ଅଛନ୍ତି । ତାଙ୍କ ପିତା ଜଣେ କୁଲି ଭାବେ କାର୍ଯ୍ୟ କରନ୍ତି ଏବଂ ମାତା ଘରେ କାମ କରନ୍ତି । ସେ ୱାଲ ଏବଂ ଫ୍ଲୋର ଟାଇଲିଂ କ୍ଷେତ୍ରରେ ଗୋଲ୍ଡ ମେଡାଲ ହାସଲ କରିବାର ଆଶା ରଖିଛନ୍ତି । ସେହିପରି ହିମାଶୁଂ ଭୋରା ପଞ୍ଜାବର ଚିତକରା ସିଭିଲ୍ ଇଞ୍ଜିନିୟରିଂ କଲେଜରେ ଫାଇନାଲ ବର୍ଷର ଛାତ୍ର ପ୍ଲମ୍ବିଂ ଏବଂ ହିଟିଂ ଟ୍ରେଡ୍ରେ ଅଂଶଗ୍ରହଣ କରିବେ । ଭାରତୀୟ ଦଳରେ ଥିବା ତିଯୋଗୀଙ୍କ ମଧ୍ୟରୁ ୭୫% ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରର ବାସିନ୍ଦା । ସେହିପରି ୨୫% ଗ୍ରାମୀଣ ଅଂଚଳରୁ ରହିଛନ୍ତି । ଅଧିକାଂଶ ପ୍ରତିଯୋଗୀଙ୍କ ପିତାମାତା କୁଲି, ଚାଷୀ, ଦିନମଜୁରିଆ, ସୁରକ୍ଷାକର୍ମୀ ଭାବେ କାର୍ଯ୍ୟକରୁଛନ୍ତି । ଏଥିରେ ମହାରାଷ୍ଟ୍ରର ସର୍ବାଧିକ ୭ ଜଣ ପ୍ରତିଯୋଗୀ ଥିବାବେଳେ କର୍ଣ୍ଣାଟକର ୫ ଏବଂ ଉତରପ୍ରଦେଶର ୪ ଜଣ ପ୍ରତିଯୋଗୀ ରହିଛନ୍ତି । ଗତ ବର୍ଷ ହୋଇଥିବା ପ୍ରତିଯୋଗିତାରେ ୫୦,୦୦୦ରୁ ଅଧିକ ଯୁବବର୍ଗ ପଞ୍ଜିକରଣ କରିଥିଲେ । ଏହି ପ୍ରତିଯୋଗୀଙ୍କୁ ଭିନେଶ ଜୋନୀ, ସମନ୍ଥା କେଚାର, ଜେପ ଶରଫ୍, ସୀମା ଜାଭେରୀ, ବୈଶାଳୀ ଶାହ ପ୍ରମୁଖ ପ୍ରୋତ୍ସାହିତ କରୁଛନ୍ତି । ସେହିପରି ମାରୁତି, ମହିନ୍ଦ୍ରା, ଟୟୋଟା, ଡାକିନ୍, ସେଂଟ୍ ଗୋବିନ୍, ଟାଟା ମୋଟର୍ସ ଆଦି କମ୍ପାନୀ ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ