ୱେବିନାର ମାଧ୍ୟମରେ ଦୁର୍ଘଟଣା ବିପର୍ଯ୍ୟୟର ମୁକାବିଲାର ଆଲୋଚନା

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ତରଫରୁ ଦୁର୍ଘଟଣା ହେତୁ ପ୍ରାଥମିକ ଚିକିତ୍ସା ପାଇଁ ଏକ ୱେବିନାର୍‌ର ଆୟୋଜନ କରାଯାଇଥିଲା । ଏହି ୱେବିନାରରେ ଓଡ଼ିଶାର ମୋଟ୍ ୨୫୦ ଜଣ ପ୍ରତିଭାଗୀ ଯୋଗଦାନ କରିଥିଲେ । ଏଥିରେ ରାଜ୍ୟ ମୁଖ୍ୟ କମିଶନର ଶ୍ରୀ କାଳି ପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଶ୍ରୀ ରଶ୍ମୀକାନ୍ତ ପରିଡ଼ା, CMO ନୀଳାଞ୍ଚଳ ହସ୍‌ପିଟାଲ୍‌, ଭୁବନେଶ୍ୱର ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି କିଭଳି ଭାବରେ ନିଜକୁ ସୁରକ୍ଷିତ କରିବା ସଂଗେ ସଂଗେ ଦୁର୍ଘଟଣା ସମୟରେ ଅନ୍ୟକୁ ସାହାଯ୍ୟ ସହଯୋଗ କରିପାରିବେ, ସେହି ବିଷୟରେ ଆଲୋଚନା କରିଥିଲେ । ଶିକ୍ଷକ ଏବଂ ପିଲାମାନେ ବିଭିନ୍ନ ପ୍ରଶ୍ନ କରି ଥିଲେ ଏବଂ ଡଃ. ପରିଡ଼ା ଅତି ସୁନ୍ଦର ଭାବରେ ଉତ୍ତର ମାଧ୍ୟମରେ ବୁଝାଇଥିଲେ । ପରିଶେଷରେ ସେ କରିଥିବା କିଛି ବିରଳ ଅସ୍ତ୍ରୋପଚାରର ଫଟେ ଚିତ୍ରମାନ ମଧ୍ୟ ଦେଖାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ