ୱେବ ଚ୍ୟାନେଲ ପ୍ରତିନିଧିଙ୍କ ବିରୋଧରେ ଥାନାରେ ଏତଲା

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ କଜଳା ଅଞ୍ଚଳର କାର୍ଯ୍ୟରତ ସ୍ୱଚ୍ଛସାଥୀଙ୍କୁ ଦାଦାବଟି ପାଇଁ ଜୁଲମ କରିବା ଅଭିଯୋଗରେ କେନ୍ଦ୍ରାପଡା ଟାଉନ୍ ଥାନାରେ ୱେବ ଚ୍ୟାନେଲ ପ୍ରତିନିଧି ମହେଶ ପାଢୀଙ୍କ ବିରୋଧରେ ଏକ ମାମଲା ଦାଏର ହୋଇଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ୱେବ ଚ୍ୟାନେଲର ପ୍ରତିନିଧି ମହେଶ ପାଢୀ କେନ୍ଦ୍ରାପଡା ପୌରାଞ୍ଚଳର ୨୧ ନମ୍ବର ୱାର୍ଡରେ କାମ କରୁଥିବା ୨ଜଣ ସ୍ୱଚ୍ଛସାଥୀଙ୍କୁ ମାସକୁ ୫ହଜାର ଟଙ୍କା ଲେଖାଏଁ ଦାଦାବଟି ମାଗିଥିଲେ । ସେ ତାହା ଦେବାକୁ ମନା କରିବାରୁ ଶ୍ରୀ ପାଢୀ ସେମାନଙ୍କ ବିରୋଧରେ ମିଥ୍ୟା ସମ୍ବାଦ ପ୍ରସାରଣ କରିଥିଲେ ବୋଲି ଗତ ୨ତାରିଖରେ ଟାଉନ ଥାନାରେ ଅଭିଯୋଗ ହୋଇଛି । ଟାଉନ ଥାନା ପୋଲିସ ଏହି ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଟାଉନ ଥାନା ଅଧିନସ୍ଥ ଭ୍ରମରଦିଆ ପାଟଣା ଗ୍ରାମର ଜୟନ୍ତୀ ବେହେରା ଏବଂ ମମତା ଥାପ୍ପା ଏହି ଅଭିଯୋଗ କରିଛନ୍ତି । ଏହି ମାମଲାଟି ଜନଜାତି ନିବାରଣ ଆଇନ ସହିତ ବିଭିନ୍ନ ଦଫାରେ ରୁଜୁ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲା ପୋଲିସ ମୁଖ୍ୟାଳୟର ଡିଏସ୍‌ପି କାର୍ତ୍ତିକ ମଲ୍ଲିକ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି । ଏ ସମ୍ପର୍କରେ ୱେବ ଚ୍ୟାନେଲ ପ୍ରତିନିଧି ମହେଶ ପାଢୀଙ୍କ ମତାମତ ଚାହିଁବାରେ ସେ କହିଛନ୍ତି ଯେ ଅଭିଯୋଗ କାରିଣୀମାନେ ସଠିକ ଢଙ୍ଗରେ କାମ ନକରିବାରୁ ସେ ସେମାନଙ୍କ ବିରୋଧରେ ୱେବ ଚ୍ୟାନେଲରେ ସମ୍ବାଦ ପ୍ରସାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ