ୱେଲମାର୍କର ରୂପ ନେଲା ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କରେ ପରିଣତ ହୋଇଛି । ୱେଲ ମାର୍କ ପରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟାର ଭୟ ସୃଷ୍ଟି ହୋଇଛି । ସୃଷ୍ଟ ଲଘୁଚାପ ଆସନ୍ତାକାଲି ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଛି । ପରେ ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଝଡ଼ବାତ୍ୟାର ରୂପ ନେବ । ଝଡ଼ବାତ୍ୟାର ରୂପନେଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ପରେ ଗତି ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ । ୧୮ ଓ ୧୯ ବେଳକୁ ଝଡ଼ବାତ୍ୟାର ରୂପରେଖ ସ୍ପଷ୍ଟ ହୋଇଯିବ । ତେବେ ଆସନ୍ତାକାଲି ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ