ୱେଷ୍ଟଇଣ୍ଡିଜ ଗ୍ରସ୍ତ ପାଇଁ ଆଜି ଭାରତୀୟଦଳ ଘୋଷଣା ହେବ
(ଯୁଗାବ୍ଦ ନ୍ୟୁଜ) ବିଶ୍ୱକପ ହାରିବା ପରେ ଆଜି ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ଗ୍ରସ୍ତ ପାଇଁ ଭାରତୀୟ ଦଳ ଆଜି ଘୋଷଣା ହେବ । ପୂର୍ବ ରୁ ଶୁକ୍ରବାର ଦଳ ଘୋଷଣା ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ କିଛି ବୈଷୟିକ କାରଣ ରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ରବିବାର ମୁମ୍ବଇର କ୍ରିକେଟ୍ ସେଣ୍ଟରରେ ମୁଖ୍ୟ ମନୋନୟନକାରୀ ଏମ୍ଏସ୍କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ମନୋନୟନ କମିଟି ବୈଠକ ବସିବ। ଏହି ବୈଠକରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ଘରୋଇ ଦଳ ବିପକ୍ଷରେ ୩ଟି ଲେଖାଏଁ ଟ୍ବେଣ୍ଟି୨୦ ଓ ଦିନିକିଆ ମ୍ୟାଚ୍ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ।


