ନିର୍ମାଣଧୀନ ରେଳ ଅଣ୍ଡରପାସରେ ଜମା ହୋଇ ରହିଛି ୧୦ ଫୁଟର ପାଣି : ଉଦବେଗ ପ୍ରକାଶ କଲା ଡିଆରୟୁସିସି ଓ ରେଲୱେ ପାସେଞ୍ଜର ଫୋରମ
ବେତନଟୀ(ଓ୍ବାଇଏନଏସ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଳ ଷ୍ଟେସନଟି ଅମୃତ ଭାରତ ଯୋଜନାରେ ସାମିଲ ହେବା ପରେ କୋଟି କୋଟି ଟଙ୍କାର ଅନୁଦାନ ରେ ବେତନଟୀ ଷ୍ଟେସନରେ ନୂତନ ଭାବେ ବିଲଡିଂ, ଅଣ୍ଡର ପାସ ଇତ୍ୟାଦି ନିର୍ମାଣ କରାଯାଇ ଏହାର ଉନ୍ନତିକରଣ କରାଯାଉଛି। ବନ୍ଦ ପଡ଼ିଥିବା ରେଳ ଷ୍ଟେସନ ରାସ୍ତା ପାର ହେବା ପାଇଁ କୌଣସି ବିକଳ୍ପ ପାଇଁ ଅନେକ ଦିନରୁ ଦାବି ହୋଇଆସୁଥିବା ବେଳେ ରେଳବିଭାଗ ପକ୍ଷରୁ ଏଠାରେ ଏକ ରେଳ ଅଣ୍ଡର ପାସ ନିର୍ମାଣ ପାଇଁ ଅନୁମତି ଆସି କାର୍ଯ୍ୟ ପ୍ରାୟତଃ ସାରିବା ଉପରେ। ହେଲେ ଏହି ଅଣ୍ଡର ପାସରେ ବର୍ଷାରେ ପାଣି ୧୦ଫୁଟ ଉପରେ ପାଣି ଜମା ହୋଇ ରହିଥିବା ବେଳେ ସାଧାରଣ ଜନତା ଏନେଇ ଉଦବେଦ ପ୍ରକାଶ କରିଛନ୍ତି। ଏଣୁ ଏନେଇ ଦକ୍ଷିଣ ପୂର୍ବ ଖଡ଼କପୁର ରେଳ ଡିଭିଜନ ଡି ଆର ୟୁ ସି ସି ସଦସ୍ୟ ଅମରେନ୍ଦ୍ରନାଥ ଦାସଙ୍କ ସମେତ ରେଲୱେ ପାସେଞ୍ଜର ଫୋରମ ପକ୍ଷରୁ ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ଇଂ ସୁଶାନ୍ତ କୁମାର ବଳା, ଶିକ୍ଷାବିତ ଜୟନ୍ତ କୁମାର ପଟ୍ଟନାୟକ, ସୁନୀଲ ଖଣ୍ଡେଲୱାଲ, ଦିନେଶ ଓଝା, ଅନିଲ ସିଂ, ଯୁବ ସଂଗଠକ ସିଦ୍ଧାର୍ଥ ଅଗ୍ରୱାଲ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ରେଳ ଷ୍ଟେସନ ନିର୍ମାଣ ରେ ଉପୁଜୁଥିବା ସମସ୍ୟା ଗୁଡିକ ବାବଦରେ ନିରୀକ୍ଷଣ କରିଥିଲେ। ବାରମ୍ବାର ରେଳ ଅଣ୍ଡରପାସଟି ପାଣି ରେ ବୁଡି ରହିଥିବା ଜଳକୁ ନିଷ୍କାସନ କରାଯିବା ପରେ ମଧ୍ୟ ପୁଣି ବର୍ଷାରେ ଜଳ ଭର୍ତ୍ତି ହେବା ସମସ୍ୟା ବାବଦରେ ଆଗାମୀ ଦିନରେ ଏହାର ଯଥାର୍ଥ ସମାଧାନ ପାଇଁ ଦକ୍ଷିଣ ପୂର୍ବ ଖଡ଼କପୁର ରେଳ ଡିଭିଜନ ଡି ଆର ଏମ ଙ୍କୁ ଅବଗତ କରାଯିବା ନେଇ ରେଳ ଡି ଆର ୟୁ ସି ସି ସଦସ୍ୟ ଅମରେନ୍ଦ୍ରନାଥ ଦାସ ସୂଚନା ଦେଇଛନ୍ତି।


